


ଭୁବନେଶ୍ୱର(ସମୃଦ୍ଧଓଡିଶା)ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସତ୍ୟନଗର ପାର୍କ ଠାରେ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି। ସତ୍ୟନଗର ରେ ଅବସ୍ଥାନ କରୁଥିବା କିଛି ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ। ଏତଦବ୍ୟତୀତ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ମହାନ୍ତି , ଏହି କାର୍ଯ୍ୟକ୍ରମ ର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ। ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ର ସମସ୍ତ ସଦସ୍ୟମାନେ ଯୋଗଦାନ କରିଥିଲେ। ଜୟ ଓଡ଼ିଶା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ର ସେକ୍ରେଟାରୀ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମ କୁ ସୁନ୍ଦର ଭବେ ପରିଚାଳନା କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର