

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ମଙ୍ଗଳପୁରରେ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନ ହୋଇଯାଇଛି । ୨ ତାରିଖ ଠାରୁ ନାମ ଲେଖା ଅଭିଯାନ ଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ୨ୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ଶିକ୍ଷକ ଶିକ୍ଷୟତ୍ରିମାନେ ଫ୍ଲାକାର୍ଡ ଧରି ଶିକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ସମସ୍ତ ମଧ୍ୟରେ ଶିକ୍ଷା ଓ ନାମ ଲେଖା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ । ଆଜି ସୁଦ୍ଧା ପ୍ରଥମ ଶ୍ରେଣୀରେ ୧୨ ଜଣ ଦ୍ଵିତୀୟରେ ୧ଜଣ ଓ ଷଷ୍ଠ ଶ୍ରେଣୀରେ ୨୧ ଜଣ ମୋଟ ୩୪ ଜଣ ପିଲା ନାମ ଲେଖାଇଥିଲେ ।ନୂତନ ଭାବରେ ନାମ ଲେଖାଇଥିବା ପିଲାମାନଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ମୋହନ ପତିଙ୍କ ନେତୃତ୍ୱରେ ନାମଲେଖା ଅଭିଯାନ ସଫଳ ହୋଇଛି । ଏଥିରେ ବିଦ୍ୟାଳୟରେ ଶିକ୍ଷକ ଅକ୍ଷୟ କୁମାର ଜେନା, ଧ୍ରୁବରେଣ ଗଡ଼ନାୟକ, ଗିରିଶ ଚନ୍ଦ୍ର ଦାଶ, ପ୍ରଶାନ୍ତ ସାହୁ, ମୁଣମୟୀ ଦାଶ, ତସଲିମା ରୋଜାଲିନ ବେଗମଙ୍କ ସମେତ ବିଚିତ୍ର ନନ୍ଦ ଦାଶ ଓ ରମେନ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ଅସୀମା ରାଣୀ ଓ ମମତା ମିଶ୍ର ପିଲାମାନଙ୍କୁ ଚକଲେଟ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି
