ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଦୀର୍ଘ ୧୦ବର୍ଷ ପରେ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୨୦୧୦ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ଶାନ୍ତି ଶୃଙ୍ଖଳା ଭାବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ୫୦ରୁ ଉର୍ଦ୍ଧ୍ଵ ସମସ୍ତ ବନ୍ଧୁମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ଏବଂ ଏହା ଦ୍ୱାରା ସମସ୍ତଙ୍କ ମଧ୍ୟରେ ଏକତା ଭାବି ପରିସ୍ପୁଟିତ ହୋଇଥିଲା । ବଦ୍ରୀନାଥ ବରାଳ, ପ୍ରତାପ ସ୍ୱାଇଁ, ମିଥୁନ, ଗଣେଶ୍ୱର ସ୍ୱାଇଁ, ରାକେଶ ପାତ୍ର, ମନୋରଞ୍ଜନ ସ୍ୱାଇଁ, ମମତା ବରାଳ, ସୁନିତା ଜେନା, ସରସ୍ୱତୀ ସ୍ୱାଇଁ, ବାଦଲ ସେଠି, ଶ୍ରଦ୍ଧାଞ୍ଜଳି ବରାଳ, ରଶ୍ମିତା ଘଡେଇ, ଲକ୍ଷ୍ମୀ ପ୍ରିୟା ନାୟକ, ଲକ୍ଷ୍ମନ ସୋନାଲିକା ପୃଷ୍ଟି, ସୌଭାଗିନୀ ବେହେରା, ଅସିତ କୁମାର ସ୍ୱାଇଁ, ସସ୍ମିତା ସାହୁ, ହୃଷିକେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି