

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଶ୍ରୀ ସତ୍ୟସାଇ ବାବାଙ୍କର ପବିତ୍ର ଆରାଧନା ମହୋତ୍ସବ ଅବସରରେ ସ୍ଥାନୀୟ ଗଣେଶ ବଜାର ଛକ ଠାରେ ପଥଚାରୀମାନଙ୍କୁ ଦହି ଏବଂ ଲେମ୍ବୁ ସରବତ ପ୍ରଦାନ କରାଯିବା ସଂଗେ ସଂଗେ ଖରାକୁ ଦୃଷ୍ଟିରେ ରଖି ଟୋପି ଏବଂ ଗାମୁଛା ମଧ୍ୟ ପ୍ରଦାନ କରାଯାଇଛି । ଏହାକୁ ନେଇ ସହସ୍ରାଧିକ ଲୋକ ଏହାର ଭରପୁର ଉପଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସତ୍ୟସାଇ ସେବାସମିତି ଢେଙ୍କାନାଳର ଆବାହକ ଶ୍ରୀ ବିମ୍ବାଧର ସାସମଲ । ଏଥିରେ ସହଯୋଗ କରିଥିଲେ ଅମ୍ରିତା ନାଥ, ପ୍ରସାଦ କୁମାର ନାଥ, ସାଇ ସୋମନାଥ, ଅଭୟ ରାଉତ, ଶତ୍ରୁଘ୍ନ ମାଝୀ, ମାୟାଧର ସେଠି, ନିତାଇ ପଟ୍ଟନାୟକ, ସତ୍ୟସାଇ ଲେଙ୍କା, ଦୁର୍ଯ୍ୟୋଧନ ବେହେରା, ରାମମୋହନ ବେହେରା, ରବିନାରାୟଣ ରାଉତ, ଉମାରାଣୀ ଲେଙ୍କା, ହିମାଂଶୁ ଦୋରା, ପ୍ରେମାନନ୍ଦ ସାହୁ, ବାବୁସିଂହ, ଆୟୁଷ ସିଂହ ।
ରିପୋର୍ଟ : ଶୁଭମ କୁମାର ପାଣି