
ବାଲିଗୁଡ଼ା (ସମୃଦ୍ଧ ଓଡିଶା )କନ୍ଧମାଳ ଜିଲ୍ଲାର କୋଟଗଡ଼ ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗତ ଗୁରୁବାର କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ମାମଲାରେ ପୁଲିସ୍ ଅକ୍ଷୟ ବଡ଼ନାୟକ ନାମକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋଟଗଡ଼ ଥାନା ଅଧିକାରୀ ନିରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଏହି ଘଟଣାକୁ ମିଶାଇ କନ୍ଧମାଳ ଜିଲ୍ଲାରେ ୨୦ ଦିନ ମଧ୍ୟରେ ୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯାହାକି ଉଦ୍ବେଗର କାରଣ ହୋଇଛି। ସୂଚନାଯୋଗ୍ୟ, ନିକଟରେ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା।
ରିପୋର୍ଟ:ଟୁକୁ ବେହେରା