ଛତ୍ରପୁର (ସମୃଦ୍ଧ ଓଡିଶା) ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହ ସମ୍ମାନୀତ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିକୁ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଏନଏସିର ସଫେଇ କର୍ମଚାରୀ ମାନେ ଦିନରାତି ସହରର ବିଭିନ୍ନ ସ୍ଥାନରେ ସଫା ସୁତରା ନୀୟମିତ କରିଆସୁଛନ୍ତି । ତାଙ୍କସହ ହାତ ମିଶାଇ ସ୍ୱଚ୍ଛତା ଉପରେ ସ୍ୱଚ୍ଛତା ସାଥୀ, କୋଭିଡ ମନିଟର ଓ ୱାର୍ଡ ଲେବଲ ଅଫିସମାନେ ଏହାର ତଦାରଖ କରି ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଏହି ନିଷ୍ଠାପର କାର୍ଯ୍ୟ ସକାଶେ ଏନଏସି ପ୍ରଶାସନ ପକ୍ଷରୁ ତାଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସମ୍ମାନୀତ କରାଯାଇ ଶୀତଦିନ ଅବସରରେ ସଫେଇ କର୍ମଚାରୀ ମାନଙ୍କୁ ଶୀତବସ୍ତ୍ର ମଧ୍ୟ ପ୍ରଦାନ କରଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସମସ୍ତ ସଫେଇ କର୍ମଚାରୀ, ସ୍ୱଚ୍ଛତା ସାଥୀ ଓ ଜଣେ କୋଭିଡ ମନିଟରଙ୍କୁ ସମ୍ମାନୀତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି । ୮୫ଜଣ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ କାରଯାଇଥିବା ବେଳେ ସେଥି ମଧ୍ୟରୁ ୪ଜଣ ସଫେଇ କର୍ମଚାରୀ, ୨ଜଣ ସ୍ୱଚ୍ଛତା ସାଥୀ ଓ ଜଣେକୋଭିଡ ମନିଟରଙ୍କୁ ଉତ୍ତମ କାର୍ଯ୍ୟ କରୁଥିବା ସେମାନଙ୍କୁ ପ୍ରଶଂସା ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସିକୁ ଶତପ୍ରତିଶତ ସ୍ୱଚ୍ଛତା ରଖିବାକୁ ପଡିବ । ଏଥି ନିମନ୍ତେ ସଫେଇ କର୍ମଚାରୀ ମାନେ ସେମାନଙ୍କ ଦାୟିତ୍ୱ ସୁଚାରୁପେ ତୁଲାଇ ଆସୁଥିବା ବେଳେ ଏଥିରେ ଜନସାଧାରଣ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରତ୍ୟେକ ଦୋକାନୀ ଓ ଘରେ ଘରେ ଡଷ୍ଟ ବିନ୍ ବ୍ୟବହାର କରିବା ସହ ସଫେଇ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଡ୍ରେନ ଗୁଡିକରେ ଅଳିଆ ଅବର୍ଜନା ନ ପକାଇ ଘରୁ କିମ୍ବା ଦୋକାନରୁ ଯାହା ଅଳିଆ ଅବର୍ଜନା ବାହାରୁଛି ତାହାକୁ ଏନଏସି ପକ୍ଷରୁ ସଂଗ୍ରହ କରାଯାଉଥିବା ପରିମଳ ଗାଡିରେ ଦିଅନ୍ତୁ । ପ୍ଲାଷ୍ଟିକ ଜନିତ ଅଳିଆ ଗୋଟିଏ ଡଷ୍ଟବିନ୍ ରେ ଏବଂ ଅନ୍ୟ ଅଳିଆ ଗୁଡିକ ଆଉ ଏକ ଡଷ୍ଟ ବିନ୍ ରେ ରଖିବାକୁ ଜିଲ୍ଲାପାଳ କହିଛନ୍ତି । ଯଦି କୈାଣସି ଦୋକାନୀ ଏହାକୁ ଅବମାନନା କରନ୍ତି ସେମାନଙ୍କ ଠାରୁ ୫ହଜାର ଟଙ୍କାର ଜୋରିମାନା ଆଦାୟ କରିବା ନିମନ୍ତେ ଜିଲ୍ଲାପାଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱଚ୍ଛତା ସାଥୀ ଓ ସୁପରଭାଇଜର ମାନେ ଲୋକଙ୍କୁ ସଚେତନତା କରିବା ସହ ଏନଏସି ପକ୍ଷରୁ ୱାର୍ଡ ସ୍ତରରେ ଟ୍ରେନିଂ ଦେବାକୁ ମଧ୍ୟ ଜିଲ୍ଲାପାଳ ଗୁତୁତ୍ୱ କହିଛନ୍ତି । ଏନଏସି ପକ୍ଷରୁ ଏକ ମୋବାଇଲ ନମ୍ବର ଜାରି କରାଯିବ ଯେ କୈାଣସି ବ୍ୟକ୍ତି ଭୋଜି କରନ୍ତି । ସେମାନେ ଏନଏସିରୁ ଅନୁମତି ଆଣିବେ । ସେହି ଭୋଜିରେ ପ୍ଲାଷ୍ଟିକ୍ ଜନିତ ମଇଳା ବାହାରେ ସେମାନଙ୍କ ଠାରୁ ୫ହଜାର ଟଙ୍କା ଦେୟ ପ୍ରଦାନ କରିବେ । ଯଦି ବିନା ପ୍ଲାଷ୍ଟିକ ଜନିତ ମଇଳା ବାହାରେ ୨୫୦୦ଟଙ୍କା ଦେୟ ଆକାରେ ଦେବେ । କୈାଣସି ଦୋକାନୀ କିମ୍ବା ଘର ଲୋକେ ଡ୍ରେନରେ ମଇଳା ପକାନ୍ତି ଏବଂ ମଇଳା ରାସ୍ତାରେ ପକାନ୍ତି ଏସଂପର୍କରେ ସଫେଇ କର୍ମଚାରି ମାନେ ଏନଏସି ପ୍ରଶାସନକୁ ଜଣାଇବେ । ତାଙ୍କ ବିରୁଦ୍ଧ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ତଥା ଏନଏସି ପ୍ରଶାସନିକ ଅଧିକାରୀ ଶିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ପରିମଳ ନୀରିକ୍ଷକ ଗୈାରହରି ପଣ୍ଡାଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା