ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହର ଆଦର୍ଶ ସହର ଭାବେ ହେବାକୁ ଯାଉଛି ଏବଂ ସବୁଜ ଆଦର୍ଶ ସହର କରିବା ପାଇଁ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି ପାଇଲଟ୍ ପ୍ରକଳ୍ପ । ଏଥିରେ ରହିଛି ଢେଙ୍କାନାଳ, ଯାଜପୁର ଏବଂ ଛତ୍ରପୁର ତିନୋଟି ସହର । ଛତ୍ରପୁରକୁ ଆଦର୍ଶ ସହରରେ ଗଢିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଏନ୍ଏସି କଲ୍ୟାଣ ମଣ୍ଡପ ଠାରେ ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ବିଭାଗ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶାକୁ ନେଇ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଏହାସହ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନଗର ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚି ହୋତା ଯୋଗଦେଇ ଛତ୍ରପୁର ସହରର ରାସ୍ତାଘାଟ, ଜନବସତି, ଶିକ୍ଷାନୁଷ୍ଠାନ ପରିଚ୍ଛନ୍ନତାକୁ ଆବର୍ଜନାମୁକ୍ତ କରି ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ସହରର ପରିମଳ ସୁବ୍ୟବସ୍ଥା ନେଇ ପିରମଳ ଠିକାଦର ଏବଂ ସୁଇପରମାନଙ୍କୁ ସମ୍ବର୍ଧନା କରାଯାଇଛି । ବର୍ଜ୍ୟବସ୍ତୁ ଏଣେତେଣେ ନପକାଇ ଓଦା ଓ ସୁଖିଲାକୁ ନୀଳ ଓ ସବୁଜ ରଙ୍ଗର ଡଷ୍ଟବିନ୍ରେ ପକାଇବାକୁ ଡୁଡା ଟିମ୍ ଲିଡର ସୌମ୍ୟରଞ୍ଜନ ସାହୁ, ଏନ୍ଏସିର ପରିମଳ ନିରୀକ୍ଷକ ଗୌରହରୀ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଗୋଟାଉ ଥିବା ବ୍ୟକ୍ତି ଏବଂ ବ୍ୟବସାୟୀମାନଙ୍କୁ ସୁଚାଇଥିଲେ । କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା