

ଦିଗପହଣ୍ଡିି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହରକୁ ସରସ ସୁନ୍ଦର ଓ ସବୁଜ କରିବା ପାଇଁ ଦିଗପହଣ୍ଡି ଏନଏସି ବିଜୁ ଯୁବ ବାହିନୀ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ପୁଣି ୫୦ ଗୋଟି ବୃକ୍ଷ ଚାରା ରୋପଣ କରାଯାଇଛି । ସହରର ପିଏଚଡି ରାସ୍ତା ପାର୍ଶ୍ୱରେ ସମାନ ଦୂରତା ଅନୁସାରେ ବୃକ୍ଷ ଚାରା ରୋପଣ କରାଯାଇଥିବା ବେଳେ ସେଗୁଡିକର ଯତ୍ନ ଏବଂ ରକ୍ଷଣା ବେକ୍ଷଣ କରିବା ପାଇଁ ଚାରା ରୋପଣ ପରେ ସେ ସବୁକୁ ବାଉଁଶ ବେଢା ଦିଆଯାଇଥିବା ଜଣାପଡିଛି । ସ୍ୱାୟତ୍ତ ଶାସନ ଦିବସରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି । ସହରର ଖାଲି ସ୍ଥାନ ଏବଂ ଖୋଲା ପଡିଆ ଆଦି ସ୍ଥାନମାନଙ୍କରେ ବୃକ୍ଷ ଚାରା ରୋପଣ କରାଯିବାର ନିଷ୍ପତ୍ତି ରହିଛି । ପୂର୍ବରୁ ସହରର ବିଭିନ୍ନ ପାର୍କ୍ ଏବଂ ଶ୍ମସାନରେ ବୃକ୍ଷ ଚାରା ରୋପଣ କରାଯାଇଥିବା ଜଣାଯାଇଛି । ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ସମ୍ପାଦକ ଦୂର୍ଗାମାଧବ ସାହୁ, ମନ୍ମଥ ପାଣିଗ୍ରାହୀ, ଶକ୍ତିପ୍ରସାଦ ନନ୍ଦ, ହରିକୃଷ୍ଣ ସେଠୀ, କାହ୍ନୁ ସେଠୀ, ରଞ୍ଜନ ସେଠୀ, ଛାଇ ସେଠୀ, ସୁନୀଲ ସେଠୀ, କାଳିଆ ସେଠୀ, ଜିତୁ ନାହାକ, କବି ସେଠୀ, କାହ୍ନୁ ନାହାକ, ଜଗନ୍ନାଥ ସେଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

