ସବୁଜ ବାହିନୀ ଜଳେଶ୍ୱର ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଗୁରୁବାର ମାଧବ ଚନ୍ଦ୍ର ଶିବ ନାରାୟଣ ହାଇସ୍କୁଲ, ଛମୌଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପ୍ରଧାନ ପୌରହିତ୍ୟ କରିଥିଲେ । ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଗୌରହରି ଜେନା, ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ, ଜଳେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ପ୍ରଧାନ, ପରିଚାଳନା ସମିତିର ସଭାପତି ପ୍ରଦୀପ କୁମାର ପ୍ରଧାନ, ସାମ୍ବାଦିକ ସୁକୁମାର ରଣା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଦ୍ୱାରା ପରିବେଶର ସନ୍ତୋଳନ କିପରି ରକ୍ଷା କରାଯାଇ ପାରିବ ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ନୂତନ ଭାବେ ଜଳେଶ୍ୱର ଓ ଭୋଗରାଇ ବ୍ଲକ ପାଇଁ ଇକୋକ୍ଲବ ମାଷ୍ଟର ଟ୍ରେନର ଭାବେ ନିଯୁକ୍ତି ପାଇଥିବା ଟାଉନ ହାଇସ୍କୁଲ ଜଳେଶ୍ୱରର ଶିକ୍ଷକ ଡ.ଅଜିତ କୁମାର ମହାନ୍ତି ଆୟୋଜନ କରିଥିବା ବେଳେ ଛମୌଜ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନେ ପରିଚାଳନା କରିଥିଲେ । ଏଥିସହିତ ଏହିଭଳି ସପ୍ତାହ ବ୍ୟାପି ଜଳେଶ୍ୱର ଓ ଭୋଗରାଇର ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରିବା ସହିତ ଗୋଟିଏ ବୃକ୍ଷ ଗୋଟିଏ ଜୀବନ’ ଉକ୍ତିକୁ ସାର୍ଥକ କରିବାର ପ୍ରତିଶ୍ରୁତି ଡ.ମହାନ୍ତି ଦେଇଥିଲେ । ଶେଷରେ ବିଦ୍ୟାଳୟ ହତାରେ ୫୦ରୁ ଅଧିକ ବିଭିନ୍ନ ବୃକ୍ଷରୋପଣ ସହ ଶିଶୁଟିଏ ବୃକ୍ଷଟିଏ ସ୍ଲୋଗାନ ଦିଆଯାଇଥିଲା ।