ପ୍ରତ୍ୟେକ ଘଟଣା ଓ ପ୍ରତ୍ୟେକ କାର୍ଯ୍ୟରେ ବ୍ୟତିକ୍ରମ ଅଛି ଓ ରହିବ ମଧ୍ୟ । ଏଇଟା ସାଧାରଣ କଥା ସଂସାରରେ,ମାତ୍ର ବିରାଡ଼ି ଆଖି ବୁଜି ଖିର ପିଇଲାଭଳି କେତେକ ଭାବନ୍ତି ସେମାନେ କୋଳିଖାଇ ମଞ୍ଜିପୋତିଛନ୍ତି,ତାଙ୍କୁ କେହି ଉଠାଇପାରିଵେନାହି। କିନ୍ତୁ ସଂସାରର ନିୟମ କିଛିଅଲଗା,ଭଗବାନଙ୍କ କାର୍ଯ୍ୟାନୁଷ୍ଠାନ ଅଧିନରେ ସମସ୍ତେ ରହିବାକୁବାଧ୍ୟ,ତେଣିକି ସିଏ ଯେତେ ବଡ଼ ହେଉଛି ହେଉ।ମାତ୍ର ମଣିଷ ପ୍ରକୃତି ଗୋଟେ ଅଛି, ଯାହା ଇଶ୍ଵର ପ୍ରଦତ୍ତ, କିନ୍ତୁ ଭଗବାନ କେଵେ ଖରାପ ହେବାକୁ କାହାକୁ କହି ନ ଥାନ୍ତି, କର୍ମାନୁସାରେ ମଣିଷର ପ୍ରକୃତି ବାହାରେ ! ଏମିତି କିଛି ଲୋକ ଭାବନ୍ତି,ଆମେ ଏଭଳି କାମ କରିବୁ ଯାହା ଫଳରେ ଆମେ ଶାସନଗାଦୀକୁ ଓ ଶାସନଗାଦୀ ଆମକୁ ଫେଭିକଲଭଳି ବାନ୍ଧିରଖିବ ।ତା’ପରେ ତାହା ଅନୈତିକ ହେଲେ ମଧ୍ୟ ଚଳିବ, କାହିଁକି ନାଁ, ଯୁଦ୍ଧ, ପ୍ରେମ ଓ ରାଜନୀତିରେ ସବୁ ଚଳ- ନୀୟ ।ଏଇ ନ୍ୟାୟରେ କିଛି ନେତା ସନ୍ତୁଷ୍ଟିକରଣ,ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟିକାରୀ, ଜାତି-ଗଣନା,ଯେତେ ପ୍ରକାର ଓ ଅଧିକ ମାଗଣା ବଣ୍ଟନ ଯୋଜନା ଇତ୍ୟାଦି ପ୍ରବର୍ତ୍ତନ କରି ଯେତେ ଅଧିକ କାଳ ଶାସନ କ୍ଷମତାରେ ରହିପାରିବୁ ! କିନ୍ତୁ ସବୁକାମର କିଛି ପାର୍ଶ୍ଵ ପ୍ରତିକ୍ରିୟା ଅଛି,ସେତେବେଳେ ସେମାନେ,ସେ କଥା ପାଶୋରି ଦିଅନ୍ତି ! ଯେମିତି ସନ୍ତୁଷ୍ଟିକରଣ,ସେ କ୍ଷେତ୍ରରେ ନିଜ ଜାତି,ନିଜ ସମ୍ପ୍ରଦାୟ ବଳି ପଡିଯାଉ ସେଥିରେ କିଛି ଯାଏ ଆସେ ନାହିଁ, ଆପେ ବଞ୍ଚିଲେ ବାପର ନାଁ !ଜାତି-ଗଣନା, ସେଥିରେ ଜାତି ଜାତି ମଧ୍ୟରେ ସାମ୍ପ୍ରଦାୟିକ ଭେଦ-ଭାବ ସୃଷ୍ଟି ହୋଇ ପାରେ,ହେଉ ସେଥିରେ ମଧ୍ୟ ଲାଭ ହିଁ ଲାଭ,ଦ୍ଵୟର ଵିବାଦେ ତୃତୀୟଶ୍ଚ ଲାଭ8।ମାଗଣା ବଣ୍ଟନ ଯୋଜନା, ଯେତେ ଖର୍ଚ୍ଚ ହେଉଛି ହେଉ,ରାଜ୍ୟ ଦେବାଳିଆ ହେଇଯାଉ, ଆମର କ’ଣ ଅଛି,ଆମ ହାତରୁ ପଡୁଛି ନାଁ ପକେଟରୁ ଯାଉଛି । ଏ ମାନସିକତା ଆମ ସବୁ ରାଜନୈତିକ ଦଳର, ଏଥିରେ ଧୂଆ ମୂଳା ଅଧୂଆ ମୂଳା ସବୁ ସମାନ,କିଏ ପାଞ୍ଚ ନୁହେଁ କି ପଚିଶ ନୁହେଁ ।ଏପରି ମାନସିକତା ଯେ ପର୍ଯ୍ୟନ୍ତ ବଳବତ୍ତର ରହିଛି, ଦେଶର/ରାଜ୍ୟର ଉନ୍ନତି ହେବା ପ୍ରଶ୍ନ ନାହିଁ,ହଁ ହେବ ନିଜ ପକେଟ୍,ନିଜ ଦଳର !ଏହା ଫଳରେ କିନ୍ତୁ ଦେଶର/ସମାଜର ଯେ ଅଶେଷ କ୍ଷତି ହେଉଛି ସେକଥା ଚିନ୍ତା କରୁଛି କିଏ ? ସମସ୍ତେ ସ୍ବଳ୍ପକାଳୀନ ଲାଭରକଥା ଦେଖୁଛନ୍ତି, ଯେତେବେଳେ କି ଏହା ସର୍ଵଦା ଦୀର୍ଘକାଳୀନ ହେବାକଥା । ଏମିତି କିଛି ପ୍ରସଙ୍ଗର ଫଳାଫଳ ମିଳିଛି ଏଇ ସଦ୍ୟସମାପ୍ତ,୫ ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ ଯାହାକୁ କୁହାଯାଉଥିଲା ୨୦୨୪ ପୂର୍ଵବର୍ତ୍ତୀ ସେମିଫାଇନାଲ । ଏଇ ଯୋଉ ନିରନ୍ତର ବୃଦ୍ଧି ଘଟି ଚାଲିଥିଲା ମାଗଣା ବଣ୍ଟନ ବ୍ୟବସ୍ଥାରେ ଏଵଂ ଜାତି-ଗଣନା ଦାଵୀରେ ସେଥିରେ ଅନ୍ତତଃ ରୋକ ଲାଗିବ ବୋଲି ଆଶା କରାଯାଏ ।ମାତ୍ର ଏ ଆଶା ଵି ସୁଦୂର ପରାହତ ବୋଲି ଭାବିଲେ କିଛି ଭୁଲ ହେବ ଭାବୁନି,କାରଣ ଯିଏ ମାଗି ଖାଇଲାଣି,ସିଏ ଲାଗିକି ଖାଇବ କ’ଣପାଇଁ ? କହିଲେ କ’ଣ ନାଁ ଦେଶରେ ଆମଶାସନ ହେଲେ ଜାତିଗଣନା କରାଇବୁ, ଆଗ ରାଜ୍ୟରେ ଆସ ପରେ ଦେଶ କଥା ଚିନ୍ତା କରିବ ! ସତୁରୀ ଦଶକରେ ଦେଶର ସର୍ବ ପୁରାତନ ଦଳ “ଗରିଵୀ ହଟାଓ” ଯୋଜନା ଆରମ୍ଭ କରିଥିଲେ, ତା ପ୍ରକୃତରେ ଗରିବୀ ହଟାଓ ନଥିଲା, ଥିଲା,ଗରିବ ହଟାଓ,ଯୋଉଥିରେ ସେ ଦଳ ଓ ସହଯୋଗୀ ଦଳମାନେ ପ୍ରାୟ ସଫଳତା ପାଇଥିଲେ।୧୯୬୦ରେ କଂଗ୍ରେସର ତାମିଲନାଡୁର କାମରାଜସରକାର ପ୍ରଥମେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ୧୯୬୭ରେ ବର୍ତ୍ତମାନର ଇଣ୍ଡିଆ ମେଣ୍ଟର ଏକ ସହଯୋଗୀ ଦଳ ଡିଏମକେ ଟଙ୍କିକିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ, ଯାହା ଏବେ ଦେଶବ୍ୟାପୀ ହୋଇଯାଇଛି ଏକ ନିର୍ବାଚନୀ ଥୋପ। ରାଜସ୍ଥାନରେ ତ କ୍ଷମତା ବଜାୟ ରଖିବାକୁ ଦଳ ଯୋଜନାର ପାହାଡ଼ ଗଢି ଦେଇଥିଲା । ଗ୍ୟାସ ସିଲିଣ୍ଡର ୪୦୦ଟ,ରେସନ ପ୍ୟାକେଟ, ମହିଳାଙ୍କୁ ଓ ବେକାରଙ୍କୁ ଭତ୍ତା,୪ଲକ୍ଷଙ୍କୁ ଚାକିରୀ ଓ ୧୦ ଲକ୍ଷଙ୍କୁ ଶିଳ୍ପ ତାଲିମ ଇତ୍ୟାଦି ତାଲିକା ଏତେଲମ୍ବା ଯେ ମନେରଖିବା ଅସମ୍ଭବ। ତଥାପି ଦଳ ହାରିଲା,କାରଣ ହାୱାର ଗୋଟେ ସୀମା ଅଛି, ଚୁନାକୁ ଚାହିଁ ପିଠା ନାଁ ପିଠାକୁ ଚାହିଁ ଚୁନା !ମଧ୍ୟପ୍ରଦେଶ ଓ ଛତିଶଗଡରେ ଏହି ଦଳ ନିଜର ସବୁ କଳଵଳ ଲଗାଇ ଦେଇ ଥିଲେ, ତା ସାଙ୍ଗକୁ ପୂର୍ବାନୁମାନ(ଏକଜିଟ୍ ପୋଲ)ସଵୁ ପ୍ରାୟ ଦଳ ସପକ୍ଷରେ ଯାଇଥିଲା, ତେଣୁ ନେତାମାନେ ସଵୁ ଶାସନ ଗାଦୀର ସ୍ବପ୍ନ ଦେଖିବା ଆରମ୍ଭ କରିଦେଇଥିଲେ । ମାତ୍ର ପ୍ରକୃତ ଫଳାଫଳ ଏସବୁ ସ୍ବପ୍ନରେ ପାଣି ଢାଳିଦେଲା । ଗୋଟିଏ କଥା ଅଛି, ସବୁଦିନେ କିଏ କୋଉଠି ରହିବ ବୋଲି କୋଳି ଖାଇ ମଞ୍ଜି ପୋତିଥିଲେ ମଧ୍ୟ ସମ୍ଭବହୁଏନା ସଵୁ କ୍ଷେତ୍ରରେ, କାରଣ କୌଣସିଦୃଷ୍ଟିରୁ ଯଦି ଗଛ ନଉଠେ ସେମିତି ହେଲା ଏଇ ସବୁ କ୍ଷେତ୍ରରେ,ସବୁବେଳେ ସଵୁ କ୍ଷେତ୍ରରେ ନିୟମ କାମ କରେନା ! ସେମିତି ହେଉଥିଲେ ତେଲେଙ୍ଗାନାରେ କେସିଆର୍,ଛତିଶଗଡ଼ରେ ବଘେଲ ଓ ରାଜସ୍ଥାନରେ ଗେହେଲଟ ହାରି ନଥାନ୍ତେ ।ହାରିଲେ ତ ହାରିଲେ ତା’ପୁଣି ବହୁତ ଅନ୍ତରରେ ! ପ୍ରକୃତରେ ଜିଣିଲା ସାଧୁତା,ସଚ୍ଚୋଟତା,ଆନ୍ତରିକତା ଓ ଲୋକଙ୍କର କାମ କରିବାର ମାନସିକତା ! ଆଉଖାଲି ହାତୀ ଦେବି ଛତି ଦେବି ମୋ ପେଙ୍କାଳୀ ବଜାଇ ଦେ,ତା’ପରେ ଗହ୍ମା ପୁନେଇରେ ମାଇଁ ମାଇଁ ! ସେଗୁଡା ଆଉ ଆଜିକାଲି ଚଳୁନାହିଁ । କାରଣ କେହି କାହା ପକେଟରୁ ବା ହାତ ରୁ କିଛି ଦିଅନ୍ତି ନାହିଁ,ସଵୁ ସେଇ ସରକାରୀ ତହବିଲରୁ ଯାହା ସାଧାରଣ ଜନତାର ଝାଳ ବୁହା ଟିକସ ପଇସା,ତେଣିକି ଦେଶ/ରାଜ୍ୟ ଚୁଲିକି ଯାଉ,ଆମର କ’ଣ ଯାଉଛି ! ଆମ ପକେଟ୍ ଓ ଦଳର ପାଣ୍ଠି ବଢ଼ିଲେ ଗଲା ! ଛ’ ମାସ ତଳେ ଦଳ କର୍ଣ୍ଣାଟକରେ ବିପୁଳ ବିଜୟ ହାସଲ କରିଥିଲା,ଅବଶ୍ୟ ସେ ବିଜୟର ସମ୍ପୂର୍ଣ୍ଣଶ୍ରେୟ ନିରୋଳାତୁଷ୍ଟିକରଣ ଓ ପ୍ରବଳ ମାଗଣାବଣ୍ଟନ ଉପରେ ପର୍ଯ୍ୟବସିତ ଆଜିକାଲି କିଏ ସମ୍ପୂର୍ଣ୍ଣ ସାଧୁ ପଦବାଚ୍ୟ ଖୋଜିଲେ ମିଳିବନି,ମାତ୍ର ସବୁଥିରେ ଏକ ସୀମା ଅଛି ! ନିଜ କାମଦ୍ଵାରା,ଆଦର୍ଶଦ୍ଵାରା ଜିଣିବା ଆଜିକାଲି ବିରଳ, କର୍ଣ୍ଣାଟକରେ ତୁଷ୍ଟିକରଣ ଆଗରେ ନିଜ ଧର୍ମ,ସମାଜ,ସମ୍ପ୍ରଦାୟ ସବୁ ଫିକା ପଡ଼ିଗଲା,ସଉତୁଣୀ ରାଣ୍ଡ ହେବା ଦରକାର !ରାଜନୀତିରେ ଏକ ମାଇଲ ଖୁଣ୍ଟ ସୃଷ୍ଟି ହୋଇଗଲା ।ତାମିଲନାଡୁର ଦଳମାନେ ମାଗଣା ବଣ୍ଟନର ସମସ୍ତ ସୀମା ସରହଦ ପାର କରି ଦେଇ ଥିଲେ,ଆମ୍ମା କ୍ୟାଣ୍ଟିନ୍,ମାଗଣା ସ୍କୁଟି,ମଙ୍ଗଳସୂତ୍ର,ରଙ୍ଗୀନ ଟିଭି,ଏମିତିକି ଜମି/ଫ୍ଲାଟ୍ ଆବଣ୍ଟନର ପ୍ରତିଶ୍ରୁତି ମଧ୍ୟ ଦିଆଯାଇ ଥିଲା।କ୍ରମେ ଏ ରୋଗ ସଵୁ ରାଜ୍ୟରେ/ଦଳରେ ବ୍ୟାପିଗଲା,ଵିନା ବଣ୍ଟନରେ ଯେମିତି ନିର୍ବାଚନ ସମ୍ଭବ ନୁହେଁ,ଏଥିରେ କେହି ମଧ୍ୟ ପଛରେ ପଡିଲେ ନାହିଁ। ସର୍ବପୁରାତନ ଦଳ ସମସ୍ତଙ୍କୁ ଟପିଗଲା,ଏସବୁ ଜିନିଷ ଵାଦ ଦିଲ୍ଲୀରେ ଝାଡୁଦଳ ଯେତେକ ପ୍ରାକୃତିକ ପଦାର୍ଥ ଉପରେ ଆଖି ପକାଇଲା,ଯେମିତି ମାଗଣା ଜଳ,ବିଦ୍ୟୁତ,ବସ ମେଟ୍ରୋରେ ମହିଳାଙ୍କ ଯାତ୍ରା ମାଗଣା,କାହିଁକି ନାଁ ସେମାନେ ନିଜକୁ ଅପେକ୍ଷାକୃତ ଶିଖିତ,ମାର୍ଜିତ,ବିଜ୍ଞ ଭାବନ୍ତି ! କିରେ ଥିଲା ବାଲା ଲୋକ,ଏ ସୁଯୋଗ କ’ଣ ଛାଡ଼ିଦେବେ,ମାଗଣା ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ନ ନେଇ ପାରନ୍ତି,ଏଗୁଡା ତେଲିଆ ମୁଣ୍ଡରେ ତେଲ ନୁହେଁ !ତା’ପରେ ସମସ୍ତେ ଏମାଗଣା ଯୋଜନାରେ ମାତିଲେ, ଦେଶ/ରାଜ୍ୟ ବୁଡ଼ୁ କିସଢୁ !ଏମିତି ମାହାଳିଆବଳରେ ପଞ୍ଜାବରେ ମାନ ସରକାର ଆସିଲା ୨୦୨୨ରେ । ରାଜ୍ୟର ଆର୍ଥିକ ଅବସ୍ଥା ଵେହାଲ, ପ୍ରତିଶ୍ରୁତି ପୂରଣ ହେବ କେମିତି, କେନ୍ଦ୍ର ନିକଟରେ ଲକ୍ଷେ କୋଟି ଟଙ୍କାର ଅନୁଦାନ ଦାବୀକଲେ । କେନ୍ଦ୍ର ନଦେଲେ ପାତର ଅନ୍ତର କରୁଛନ୍ତି,ସହଯୋଗ କରୁନାହାନ୍ତି କହି କେତେ ବିଦ୍ରୋହ,ବିକ୍ଷୋଭ,ଆନ୍ଦୋଳନ ଆଦି ପ୍ରତିଶ୍ରୁତି ଦେଲା ବେଳେ କେନ୍ଦ୍ରର ଅନୁମତି ନେଇଥିଲ !ବିହାରର ପଲଟୁରାମ ଦେଖିଲେ ରାଜ୍ୟରେ ତାଙ୍କ ଦାନାପାଣି ସରିଆସୁଛି,କୋଟା ବ୍ୟବସ୍ଥାକୁ ୬୫% କରିଦେଲେ, କାଳେ ସେଇଥିରେ ଥାକିଯିବେ,ଆଶା ବୈତରଣୀ ତ !ସିଆଡେ ଦ୍ରାବିଡଦଳ ଇଣ୍ଡିଆ ମେଣ୍ଟର ସଦସ୍ୟ ହୋଇ ସନାତନ ଧର୍ମର ୧୪ପୁରୁଷ ଉଝାଳିଲେ,ମେଣ୍ଟ ମୁଖିଆସଵୁ ମୌନ ସମ୍ମତି ଲକ୍ଷଣମ୍ ନ୍ୟାୟରେ ଚୁପ୍ ରହିଲେ ।ଫଳ ଯାହା ଫଳିବା କଥା ନିର୍ବାଚନ ଦେଖାଇ ଦେଲା । ସେତେବେଳେ କୁତୁକୁତୁ ଲାଗୁଥିଲା,ଏବେ କାହିଁକି ଇଭିଏମ୍ ଦୋଷ ଦେଉଛ, ନାଁ ହାରିଲେ ଇଏ ଗୋଟେ ଅଭ୍ୟାସ ! ଚଳିତ ନିର୍ବାଚନରେ ବିଜେପି ମାଗଣା ପ୍ରତିଶ୍ରୁତିରେ ପଛରେ ପଡ଼ିଥିଲେ ଵି ଜିଣିଲା, କାରଣ ଯୁଗେ ଯୁଗେ ଘୃଣା ଉପରେ ପ୍ରେମର ବିଜୟ ହୋଇଛି,ଏକଥା ପ୍ରଧାନମନ୍ତ୍ରୀ ଵାର ବାର କହିଛନ୍ତି,ଏତେ ବିଦ୍ୱେଷ ଭଲ ନୁହେଁ,ସୁଧୁରିଯାଅ,ହେଲେ ବିରାଡି ପରା ଆଖିବୁଜି ଦୁଧ ପିଉଛି !ବିଜେପି ମାଗଣା ବଣ୍ଟନରେ ପଛରେ ପଡିଯିବାର କାରଣ ସିଏ ଯାହା ପ୍ରତିଶ୍ରୁତି ଦେଲା ବେଳକୁ ଆଗୁଆ ସେ ପ୍ରତିଶ୍ରୁତି ଦିଆଯାଇଥିବ ଏଵଂ କୁହାଗଲା ଯେ ଆମେ କହିଲା ବେଳେ ଯଦି ଆମକୁ ବିରୋଧ କରୁଛ,ତମେ କେମିତି ସେଇ କଥା କହୁଛ ! ଏବେ ଏଇ ନିର୍ବାଚନପରେ କେତେକ ଅର୍ଥନୀତିଜ୍ଞ କହିଲେଣି, ଆଉ ମାଗଣା ପ୍ରତିଶ୍ରୁତିର ଆବଶ୍ୟକ ନ ପଡ଼ିପାରେ ଭବିଷ୍ୟତରେ,କାରଣ ଫ୍ରିଵିଜ୍(ମାଗଣା ବଣ୍ଟନ ସାମଗ୍ରୀ)ର ଯୁଗ ଶେଷ ହୋଇ ଆସୁଛି । ଗୋଟିଏ ଛୋଟ ଗପରେ ଏ ପ୍ରସଙ୍ଗର ଅନ୍ତ କରିବା। ଏକ ଛୋଟ ବାଳକ ଛୋଟ ଛୋଟ ଚୋରିରେ ଅଭ୍ୟସ୍ତ ହୋଇ ଗଲା, କଥାରେ ଅଛି, କାକୁଡି ଚୋର,କଖାରୁ ଚୋର,ଚୋରଉ ଚୋରଉ ବଡ଼ ଚୋର।ପିଲାଟି ବଡ଼ ହେଲା ପରେ ଗୋଟେ ବଡ଼ ଚୋରରେ ପରିଣତ ହେଲା।ଥରେ ସିଏ ଧରାପଡ଼ି ଜେଲ ଗଲା।ଦିନେ କୋର୍ଟରେ ସେ ଚୋରର ବିଚାରଣା ଚାଲୁଥାଏ,ତା’ର ମା’ ମଧ୍ୟ ସେହି ଅଦାଲତକୁ ଆସିଥିଲା । ବିଚାରପତିଙ୍କ ଅନୁମତିକ୍ରମେ ସେ ଯୁବକ ମା’କୁ ପାଖକୁ ଡାକିଲା,ମା’କାନରେ କିଛି କହିବା ଆଳରେ ସେ ଯୁବକ ମା’ର କାନକୁ କାମୁଡି ଦେଲା ।କାହିଁକି କାନକୁ କାମୁଡିଲୁ ଜଜ୍ ପଚାରନ୍ତେ, ଯୁବକଟି କହିଲା, ଏଭଳି ଚୋରୀ କାମ କରିବୁ ନାହିଁ ପୂର୍ବରୁ ମା’ ବତାଇଥିଲେ ମୋର ଆଜି ଏ ଅବସ୍ଥା ହୋଇନଥାନ୍ତା !ମାତ୍ର ଆଜିକାଲି ଓଲଟା ଦେଖା ଯାଉଛି, ମୁର୍ଖ ପୁଅର ସାଥ ଦେବାକୁ ପୁଅସଙ୍ଗେ ମା’ ବୀରଦର୍ପରେ ଅଦାଲତକୁ ଯିବାରଦେଖି ଚାମଚାମାନେ ଗଦ ଗଦ। ତେଲ ବୋଳା ରାଜନୀତିର ଜୟହେଉ ! ଅଲାଜୁକଙ୍କର ବାରବାଟି ଚାଷ ଆଉକ’ଣ କି?
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯୪