ସମରଝୋଳ ଛକରେ ଭୟଙ୍କର ଦୁର୍ଘଟଣା : ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କର ଧକ୍କାରେ ଚାଲିଗଲା ୪ ଜୀବନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ନିକଟରେ ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ସକାଳ ସମୟରେ ଏକ ଘରୋଇ ମା ଖମ୍ବେଶ୍ୱରୀ ବସ୍‌ ସହ ଟ୍ୟାଙ୍କରର ଜୋର ଦାରା ଧକ୍କା ହୋଇ ବସ୍ ଟି ପାଲଟି ଯାଇଥିଲା। ଯାହା ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । —–ଖବର ଅନୁଯାୟୀ,ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ୍‌ଟି ଭଞ୍ଜନଗରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରୀ ନେଇ ଯାଉଥିଲା । ହେଲେ ଗାଡିଟି ହିଞ୍ଜିଳି ଥାନା ସମରଝୋଳ ନିକଟରେ ଏକ ଟ୍ୟାଙ୍କର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ହେବାର ଶୁଣି ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଆଉ କିଛି ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ସେତେବେଳକୁ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସମସ୍ତ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେହିପରି ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସଂପର୍କରେ କୌଣସି ସୂଚନା ମିଳିନାହିଁ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ରାଜ୍ୟ ପରିବହନ , ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଘଟଣାସ୍ଥଳ ରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।
ରିପୋର୍ଟ:-ରଜତ ପଟ୍ଟନାୟକ