

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମ୍ୟୁନିସିପାଲଟି ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ଅନୁକୁଲ୍ୟରେ ବ୍ରହ୍ମପୁର ଷ୍ଟାଡିୟମରେ ଚାଲିଥିବା ୮ଟି ଖେଳ ବିଭାଗର ସମସ୍ତ ବାଳକ ବାଳିକା ପ୍ରାୟ ୫୫୦ ଜଣ ଆଜି ତଥା ୨୬/୫/୨୦୧୯ ରିଖ ସକାଳ ୬ ଘଣ୍ଟିକା ସମୟେ ରୋଡ ରନିଙ୍ଗରେ ବାହାରିଥିଲେ । ସେମାନଙ୍କୁ ସବଜୁନିୟର ଏବଂ ଜୁନିଅର ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ସେମାନେ ଦୁଇଟି ଅଲଗା ଅଲଗା ରାସ୍ତାରେ ଯାଇଥିଲେ । ଜୁନିଅର ଦଳ ବ୍ରହ୍ମପୁର ଷ୍ଟାଡିୟମ ଠାରୁ ଆରମ୍ଭ କରି ପୁରୁଣା ବସଷ୍ଟାଣ୍ଡ, ଖଲ୍ଲିକୋଟ ୟୁନିଭରସିଟି, ସୁବାରାଓ ଛକ, ଟାଟାବେଞ୍ଚ ଛକ, କାମାପଲ୍ଲୀ ଠାରୁ ଗିରିରୋଡ଼ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟ ଦେଇ ପୁଣି ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚିଥିଲେ । ସବଜୁନିଅର ଦଳ ବ୍ରହ୍ମପୁର ଷ୍ଟାଡିୟମ ଠାରୁ ଆରମ୍ଭ କରି ଖାଲାସି ସାହି ରାସ୍ତାରେ ଯାଇ ଗାନ୍ଧୀନଗର ମେଇନ ରୋଡ଼, ଗାନ୍ଧୀ ଛକ ଠାରୁ ପୁରୁଣା ବସଷ୍ଟାଣ୍ଡ ଦେଇ ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚିଥିଲେ । (Atheletics, Basket Ball, Boxing, Cricket, Football, Kabadi, Khokho, Volley Ball) ସମସ୍ତ କୋଚ ମଧ୍ୟ ଉପସ୍ଥିତ ଥିଲେ । GDAA ସମ୍ପାଦକ ଅଶୋକ କୁମାର ସାହୁ, ଦୁର୍ଗରେ ପଟ୍ଟନାୟକ, ଦୁର୍ଗା, କେ. ପ୍ରଭାକର ରାଓ, ଅରକ୍ଷିତ ପାଣିଗ୍ରାହୀ, ଶିବରାମ ପାତ୍ର, ଉପେନ୍ଦ୍ର ପଟ୍ଟନାୟକ, କାଜଲ ସାହୁ, ବିଜୟସିଂ ସାମନ୍ତ, ଶିଶିର କୁମାର ପାଣିଗ୍ରାହୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

