

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ସଦଭାବନା ଭବନ ଠାରେ ରଙ୍ଗେଈଲୁଣ୍ଡା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ମେମ୍ବର, ପଞ୍ଚାୟତ ଅଫିସର, ବିଭିନ୍ନ ସମାଜସେବୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନରେ ଆମ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ଉପରେ ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ । ସରପଞ୍ଚ, ଜିଲ୍ଲା ପରିଷଦ ମେମ୍ବର ମାନେ ସରକାରୀ ସ୍କୁଲକୁ କେମିତି ପିଲାମାନେ ଆସି ପାଠ ପଢିବେ ଏବଂ ସରକାରୀ ସ୍କୁଲ ରଙ୍ଗେଈଲୁଣ୍ଡା ବ୍ଲକରେ ଏକ ନମ୍ବର ହେବ ସେଥିପ୍ରତି ଧ୍ୟାନ ଦେଇ ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ଏହାପରେ ପ୍ରଧାନ ଶିକ୍ଷକମାନେ ନିଜ ସ୍କୁଲର ସୁବିଧା ଅସୁବିଧା ସମ୍ପର୍କରେ ବିଧାୟକଙ୍କୁ ଜଣାଇଥିଲେ । ଶେଷରେ ବିଧାୟକ ଉଦବୋଧନ ଦେଇ ସ୍କୁଲର ସମସ୍ତ ଅସୁବିଧାକୁ ପୂରଣ କରିବେ ବୋଲି ପ୍ରତିଶୃତି ଦେଇ ଶିକ୍ଷକମାନଙ୍କୁ ନିଜର କର୍ତ୍ତବ୍ୟ ଉପରେ ଜ୍ଞାନ ଦେଇଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

