

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜାମ୍ମୁ କାଶ୍ମୀରରେ ୩୭୦ଧାରା ଉଚ୍ଛେଦ ନାମରେ ଦେଶର ଶିକ୍ଷାବିତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କାଶ୍ମୀରକୁ ଯିବା ପାଇଁ ଅନୁମତି ନ ମିଳିବା, ଯାଞ୍ଚ ନାମରେ ଅଟକାଇ ରଖି ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ଓ ଦୀର୍ଘ ୬୦ଦିନରୁ କାଶ୍ମୀରବାସୀଙ୍କୁ ପୋଲିସ ଘେରରେ ଗୃହବନ୍ଦୀ କରିବା, ସେମାନଙ୍କୁ ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ କରିବା ଓ ସବୁକିଛି ଠିକ ଚାଲିଛି ବୋଲି ପ୍ରଚାର କରି ଦେଶରେ ଗୋଟିଏ ଅଂଚଳକୁ ପୋଲିସ ଛାଉଣୀରେ ପରିଣତ କରିବା ବିରୁଦ୍ଧରେ ଆଜି ମାଷ୍ଟରକେଣ୍ଟିନ ଛକଠାରେ ସମସ୍ତ ପ୍ରଗତିଶୀଳ, ଗଣତାନ୍ତ୍ରିକ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତ ଜନ ମଞ୍ଚ, ଇନସାଫ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ବ୍ରହ୍ମପୁରର ମାନବ ଅଧିକାର ସୁରକ୍ଷା ମଞ୍ଚ, ଭାରତ ପାକିସ୍ଥାନ ମୈତ୍ରୀ ମଞ୍ଚ, ଦି ପିପୁଲ ଓ ଅନ୍ୟାନ ମାନବ ଅଧିକାର ସଂଗଠନମାନେ ସାମିଲ ହୋଇଥିଲେ ।
ରିପୋର୍ଟ : ଆକାଶ ମିଶ୍ର ଓ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



