ସମସ୍ତ ଫସଲର ସଠିକ୍ ତଦନ୍ତ ଓ ଆକଳନ ସହ କ୍ଷତିପୂରଣ ପ୍ରଦାନ ପାଇଁ ଦାବି…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗତ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜୱାଦ ବାତ୍ୟା ଜନିତ ବର୍ଷା ଓ ତାପରେ ପୁଣି ବର୍ଷା ଯୋଗୁଁ ଚାଷୀଙ୍କ ଚିନ୍ତା ବଢେଇବା ସହ ବହୁ ଫସଲ ନଷ୍ଟ ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି । ତେଣୁ ଆଜି ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ତିଳେଶ୍ୱର ଓ ବାଦୂଆ ମୌଜାର ଚାଷୀମାନେ ନିଜ ଚାଷ ଜମିର କ୍ଷୟକ୍ଷତି ସମ୍ପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଘୋଡାହାଡ ନଦୀ ସମେତ ଲଗାଣ ବର୍ଷାର ପ୍ରକୋପରେ ଚାଷୀଙ୍କ ଜମିରେ ବନ୍ୟାଜଳ ମାଡ଼ି ବ୍ୟାପକ କ୍ଷତି ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି । ଗତ ମଙ୍ଗଳବାର ନିଜେ ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀ ଏହି ଗ୍ରାମର ଚାଷ ଜମି ପରିଦର୍ଶନ କରି ଆକଳନ କରିଥିବା ବେଳେ ଗତ ୮, ୯ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଜମିରେ ଥିବା ପାଚିଲା ଧାନ ଓ କଟା ଯାଇଥିବା କଳେଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ସଠିକ୍ ତଦନ୍ତ କରି ସଠିକ୍ ଆକଳନ ସହ କ୍ଷତିପୂରଣ ପ୍ରଦାନ ଓ ସ୍ଥାୟୀ ପ୍ରତିକାର ପାଇଁ ସଂଗ୍ରାମକେଶରୀ ବିଶୋଇ, କୋରା ଜେନା, ସଞ୍ଜୟ ବିଶୋଇ, ସୁରେନ୍ଦ୍ର କୁମାର ପାତ୍ର, ଅଶୋକ କୁମାର ଜେନା, ବଳରାମ ସ୍ଵାଇଁ, ଲିଟୁ ବିଶୋଇ, କୋରେଶୁ ସ୍ବାଇଁ, ରାମଚନ୍ଦ୍ର ବିଶୋଇ, ଶରତ ସ୍ବାଇଁ, ପାଣ ସେଠୀ, ଅନାଦି ଚରଣ ପ୍ରଧାନଙ୍କ ସମେତ ଶତାଧିକ ଚାଷି ତହସିଲଦାର ଡ. ଶ୍ରୀନିବାସ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା