ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ସଂମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକାର ପ୍ରକାଶ ପାଇଁ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଗାମୀ ୨୦୨୨ ଜାନୁଆରୀ ପହିଲା ତାରିଖରେ ସଂମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରକାଶ କରାଯିବ । ଏଥିସକାଶେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ପ୍ରସ୍ତୁତି ଚାଲିଛି । ଏହି ଭୋଟର ତାଲିକା କିପରି ସମ୍ପୂର୍ଣ୍ଣ ନିର୍ଭୁୂଲରେ ପ୍ରକାଶ ହୋଇପାରିବ ସେଥିପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ସଂମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ର ପ୍ରକାଶ ନିମନ୍ତେ ସମସ୍ତ ରାଜନୈତିକ ଦଳଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୧ନଭେମ୍ବର ୨୦୨୧ ରିଖରେ ଭୋଟର ତାଲିକାର ପ୍ରକାଶ କରାଯାଇଅଛି । ଏହି ଭୋଟର ତାଲିକାରକୁ ଯାଞ୍ଚ କରି ଚଳିତ ମାସ ୩୦ ନଭେମ୍ବର ୨୦୨୧ ସୁଦ୍ଧା ଆପତି ଅଭିଯୋଗ ଗୁଡିକର ଶୁଣାଣି ନିମେନ୍ତ ଆବେଦନ କରିପାରିବେ । ଏହି ସମୟରେ ସମସ୍ତ ବୁଥ୍ ଗୁଡିକରେ ୭ ନଭେମ୍ବର ୨୦୨୧ ଏବଂ ୨୧ନଭେମ୍ବର ୨୦୨୧ ଏହି ଦୁଇଟି ରବିବାର ଦିନ ସ୍ୱତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମରେ ଭୋଟର ଗଣ ସେମାନଙ୍କ ଭୋଟ ତାଲିକାର ସମ୍ପୂର୍ଣ୍ଣ ସଂଶୋଧନ କରିପାରିବେ । ୨୦ ଡିସେମ୍ବର ୨୦୨୧ ତାରିଖ ସୁଦ୍ଧା ସମସ୍ତ ଆପତି ଅଭିଯୋଗ ଗୁଡିକର ଫଇସଲା କରାଯାଇ ସଂଶୋଧନ ହେବ । ଆସନ୍ତା ବର୍ଷ ୫ ଜାନୁୟାରୀ ୨୦୨୨ ତାରିଖ ଦିନ ଚୂଡାନ୍ତ ସଂମ୍ପୂର୍ଣ୍ଣ ସଂଶୋଧିତ ଫୋଟ ଭୋଟର ତାଲିକା ପ୍ରକାଶ ହେବ । ଯେଉଁମାନଙ୍କର ବୟସ ୧୮-୧୯ ବର୍ଷ ସେମାନେ ନୂତନ ଭାବେ ନିଜ ନାମ ଭୋଟର ତାଲିକାରେ ସଂଯୋଗ କରିପାରିବେ । ଭୋଟଦାତା ମାନଙ୍କର ସୁବିଧା ସକାଶେ ଚଳିତ ଥର ପ୍ରଥମ କରି ଭୋଟର ହେଲପିଙ୍ଗ ଆପ୍ ସୃଷ୍ଟି କରାଯାଇଅଛି । ପ୍ରତ୍ୟେକ ଭୋଟଦାତା ଏହି ଭୋଟର ହେଲପିଙ୍ଗ ଆପ୍ ଡାଉନ୍ଲୋଡ୍ କରି ସେମାନେ ଭୋଟର ତାଲିକାର ତଥ୍ୟ ପାଇପାରିବେ । ଏହି ଆପ୍ ଜରିଆରେ ନିଜ ନାମ ସଂଯୋଗ କରିପାରିବେ । ଆବଶ୍ୟକ ହେଲେ ଉକ୍ତ ଆପ୍ ଜରିଆରେ ଡାଉନଲୋଡ୍ କରିପାରିବେ । ଏହି ସମସ୍ତ ପ୍ରକ୍ରିୟାରେ ସମସ୍ତ ରାଜନୈତିକ ଦଳର ସହଯୋଗ କରିବା ପାଇଁ ଜିଲାପାଳ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ଚଳିତ ଥର ପ୍ରଥମ କରି ଅନଲାଇନ୍ ଆପ୍ ହେଉଥିବା ହେତୁ ଏହାର ବହୁଳ ବ୍ୟବହାର ଯେପରି ହୋଇପାରିବ ସେଥିସକାଶେ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇଙ୍କ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ, ସାମ୍ବାଦିକ ଗଣ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା