

କଟକ (ସମୃଦ୍ଧ ଓଡିଶା) ଦେଶରେ ଲକଡାଉନ ଜାରୀ ଯୋଗୁଁ ଗରିବ ଖଟିଖିଆ ଦିନମଜୁରିଆ ମାନେ କାମ ନ ପାଇ ଅର୍ଥ ଅଭାବରୁ ଖାଦ୍ୟ ନ ପାଇ ହଇରାଣରେ ଚଳୁଥିଲେ ସେମାନଙ୍କୁ କଟକର ଜନୈକ ସମାଜସେବୀ ଆଶିଷ ଦାସ ସଦୟ ହୋଇ ସେମାନଙ୍କ ପରିସ୍ଥିତି ଦେଖି ଦାରିଦ୍ର୍ୟ ଦୂରୀକରଣ ପାଇଁ ଖାଦ୍ୟ ପୁଡିଆ ଓ ମାସ୍କ ପାଖାପାଖି ୨ ଶହଟି ପରିବାରକୁ ବଣ୍ଟନ କରିଥିବା ବେଳେ ଗାଈ ଷଣ୍ଢ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି । ଏଭଳି ସମାଜସେବାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।