ସମାଜସେବୀ ଅନନ୍ତ ଚରଣ ନାୟକଙ୍କ ବିୟୋଗରେ ଶୋକସଭା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଝାରଦା ଗ୍ରାମର ବରିଷ୍ଠ ସମାଜସେବୀ ଅନନ୍ତ ଚରଣ ନାୟକ ଗତ ୧ ତାରିଖ ପୂର୍ବାହ୍ନରେ ଲିଭର ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବିୟୋଗରେ ଏକ ଶୋକ ସଭା ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସରପଞ୍ଚ ଗୋବର୍ଦ୍ଧନ ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ଶିକ୍ଷକ ବରନି କୁମାର ସାହୁ, ସମାଜସେବୀ ବିଜୟ କୁମାର ପୃଷ୍ଟି, ମୁରଲୀଧର ନାୟକ, ଶେଷଦେବ ନାୟକ, ନୃସିଂହ ଚରଣ ନାୟକ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ନାୟକ, ଗ୍ରାମପଞ୍ଚାୟତ ସଦସ୍ୟ, ଗ୍ରାମ ସଂଗଠନ ଓ ଗିରିଧାରୀ ଆଶ୍ରମରେ ବହୁ ଜନହିତକର କାମ କରିଥିଲେ । ଏହି ଅବସରରେ ତାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି