

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ନିର୍ଦେଶ କ୍ରମେ ବିଜୁ ମହିଳା ଜନତା ଦଳ ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ଅନୁପମା କନର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ବୁଲି ମାସ୍କ ବଣ୍ଟନ କରିଛନ୍ତି ଓ ଲୋକଙ୍କୁ ଭୟାବହ କରୋନା ଭୁତାଣୁ ସଂକ୍ରମଣକୁ କିପରି ପରାସ୍ତ କରାଯାଇପାରିବ ସେ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପ୍ରତିଦିନ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ବୋଲି କହିଥିଲେ ଓ ସାମାଜିବ ଦୂରତ୍ୱ ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଯାହାଫଳରେ କରୋନା ଭୁତାଣୁ ସଂକ୍ରମଣ ହୋଇ ପାରିବ ନାହିଁ ବୋଲି କହିଥିଲେ ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା


