ସମାଜସେବୀ ଇଂ.ଶୁଭ୍ରମ ଜେନା ଚାଳଘରେ ରହୁଥିବା ଦରିଦ୍ର,ଅସମର୍ଥ ତଥା ସରକାରୀ ସହାୟତାରୁ ବଞ୍ଚିତ ପରିବାରକୁ କମ୍ବଳ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କିଛି ଦିନ ଧରି ସମାଜସେବୀ ଇଂ ଶୁଭ୍ରମ ଜେନା ଜଳେଶ୍ୱର ବ୍ଲକର ବିଭିନ୍ନ ଗ୍ରାମରେ ଚାଳ ଘରେ ରହୁଥିବା ଦରିଦ୍ର, ଅସମର୍ଥତଥା ସରକାରୀ ସହାୟତାରୁ ବଞ୍ଚିତ ପରିବାରକୁ କମ୍ବଳ ପ୍ରଦାନ କରି ଆସୁଛନ୍ତି । ଗତ ଶୁକ୍ରବାର ଦିନ ଖୁଦିଆ ମାଝୀସାହି ଗ୍ରାମ ପଞ୍ଚାୟତର ମୁଣୁତୁଣିଆ ଦୀନକୃଷ୍ଣ ସ୍ମୃତିପୀଠରେ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଗରିବ ଲୋକମାନଙ୍କୁ କମ୍ଭଳ ଦିଆଯାଇଥିଲା । ସେହିପରି ନାମ୍ପୋଗ୍ରାମ ପଞ୍ଚାୟତର ନାମ୍ପୋରେ ଏକ କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଂ.ଶ୍ରୀ ଜେନାଙ୍କ ସହ ସପନ କୁମାରମିଶ୍ର, ବନମାଳି ବେହେରା, ତପନ କୁମାର ସାହୁ, ପ୍ରଦୀପ ମିଶ୍ର, ଉମେଶ ସାହୁ, ଅମରେଶ ସାହୁ, ସୁଧୀର କୁମାରଭୂୟାଁ, ଗୋପାଲ ଚନ୍ଦ୍ର ଦତ, ପଦ୍ମଲୋଚନ ନାୟକ, ମୀନତି ଜେନା, ମଧୁମିତା ଜେନା, ସନ୍ଧ୍ୟା ରାଣୀ ଜେନା ପ୍ରମୁଖବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ଏହି ପରିଦରିଦ୍ର ପରିବାରକୁ ସାହାଯ୍ୟ କରି ଆସୁଛନ୍ତି ଓ ପରେ ମଧ୍ୟସାହାଯ୍ୟ କରି ଚାଲିଥିବେ ବୋଲି ଇଂ ଶ୍ରୀ ଜେନାକହିଛନ୍ତି । ଭୂପତି କୁମାର ପରିଡା, ପଶ୍ଚିମବାର୍ଡ ।

ରିପୋର୍ଟ : ଭୂପତି କୁମାର ପରିଡ଼ା