ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ନେତୁଆ ପଂଚାୟତର ସାହାପୁର ଗାଁର ଜଣେ ସୁ-ଗୃହିଣୀ ତଥା ସମାଜସେବୀ ଜୟନ୍ତି ସେନ୍ ୭୫ବର୍ଷ ବୟସରେ ଇହଧାମ ପରିତ୍ୟାଗ କରିଛନ୍ତି । ସେ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ । ବିଶିଷ୍ଟ ଶିକ୍ଷକ ସ୍ୱର୍ଗତ କିଣାରାମ ସେନଙ୍କ ସେ ଜ୍ୟେଷ୍ଠ ବଧୂ ଥିଲେ । ତାଙ୍କ ମୃତ୍ୟୁ ବେଳେ ସ୍ୱାମୀ ସନ୍ତୋଷ ସେନ୍, ଦିୟର ଶୈଳେସ ସେନ୍, ପୁତ୍ର ଦେବବ୍ରତ ସେନ୍, ସତ୍ୟବ୍ରତ ସେନ୍, ପ୍ରିୟ ବ୍ରତ ସେନ୍ ଓ ପୁତ୍ର ବଧୁ, ନାତି ନାତୁଣୀ ଉପସ୍ଥିତ ଥିଲେ । ସେ ଅଂଚଳର ସୁହୃଦ୍ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ । ଗାଁ ଶ୍ମାସନରେ ସାନ ପୁଅ ପ୍ରିୟବ୍ରତ ସେନ୍ ମୁଖାଗ୍ନି ଦେଇଥିଲେ । ସେ ଜଳେଶ୍ୱରର ସାମ୍ବାଦିକ ଗୌରଗୋପାଳ ସେନଙ୍କ ବଡମା ଅଟନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା