ସମାଜସେବୀ ଓ ସୁ-ଗୃହିଣୀଙ୍କ ପରଲୋକ : ଉପାନ୍ତ ଅଞ୍ଚଳରେ ଶୋକର ଛାୟା

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୋର ୫.୧୫ମି. ସମୟରେ ବାଲିମ ପଞ୍ଚାୟତର ହଳଦିହତା ଗାଁ ଶିବନାରାୟଣ ପରିଡାଙ୍କ ସହଧର୍ମିଣୀ ଶୁକମଣି ପରିଡା (୭୮)ଙ୍କ ପରେଲୋକ ଘଟିଛି । ଉପାନ୍ତ ଓଡିଶା ଓ ପଶ୍ଚିମବଂଗ ଅଂଚଳରେ ସ ଜଣେ ସମାଜସେବୀ ଓ ସୁ-ଗୃହିଣୀଭାବେ ପରିଚିତ । ଏହା ବ୍ୟତିତ ମିଷ୍ଟଭାଷୀ, ପରପୋକାରୀ, ସ୍ନେହଶିଳ ମହିଳାଥିଲେ । ଆଜି ମୃତ୍ୟୁ ବେଳକୁ ପୁଅ ହରିହାର, ସୁଧାକର, ଦେବେନ୍ଦ୍ର, ସୀତାରାମ, ଝିଅ ଗୌରୀ ଓ ଗୀତା, ଜ୍ୱାଇଁ ଦିଲ୍ଲିପ, ପାର୍ଥ ସାରଥି ଓ ବୋହୂମାନେ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ସାନପୁଅ ସୀତାରାମ ମୁଖାଗ୍ନି ଦେଇଥିବା ବେଳେ ଉପାନ୍ତ ଅଂଚଳର ବହୁ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ସେ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା