

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚନ୍ଦ୍ରପ୍ରଭା ସାହି ନିଵାସୀ ତଥା ଉତ୍କଳ ଆଶ୍ରମରୋଡ ଦୁର୍ଗାପୂଜା କମିଟି ସମ୍ପାଦକ ସମାଜସେବୀ ଗଣେଷ ପଟ୍ଟନାୟକଙ୍କ ଗତ ମଙ୍ଗଳବାର ପରଲୋକ ଘଟିଛି । ସେ ଜଣେ ସମାଜସେବୀ, ବନ୍ଧୁବସ୍ତଲ ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ଜଣାଶୁଣା ବ୍ୟକ୍ତି ରୂପେ ପରିଚିତ ଥିଲେ । ବର୍ତ୍ତମାନ ତାଙ୍କ ମୃତୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ତାଙ୍କ ପତ୍ନୀ ମେନାକ୍ଷୀ, ଜ୍ୟୋଷ୍ଠ ଭ୍ର।ତା ହେମ ପଟ୍ଟନାୟକ, କନ୍ୟା ହରପ୍ରିୟ।, ଦୀପିକା, ଭଉଣୀ କଲ୍ୟାଣି, ଉଷାରଣୀ, ଉମା, ପୁତୁରା ଦିନେଶ, ଜିତେଶ, ଲକ୍ଷ୍ମୀ, ରୋହିତ, ଅନୁସା, କାଳୀ ପଟ୍ଟନାୟକ, ପ୍ରକାଶ ପଟ୍ଟନାୟକ, ଉମେଷ, ଲିପ୍ସା, ସୁରେନ୍ଦ୍ର, ଜିତେନ୍ଦ୍ର, ରାଜେନ୍ଦ୍ର, ପ୍ରଫୁଲ, ରୋଜି, ବୁଟୁ, ଶେଖର୍ ପ୍ରମୁଖଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଓ ଦୁର୍ଗାପୂଜା କମିଟିର ବହୁ କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ଗେଟବଜାର ସ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
