

କଟକ (ସମୃଦ୍ଧ ଓଡିଶା) କଟକ ସହରର ୫୩ ନମ୍ବର ୱାର୍ଡରେ ବିଜେପି କର୍ମୀ ତଥା ସମାଜସେବୀ ଧୀର ମହାନ୍ତି ପୋଲିସ କର୍ମଚାରୀମାନଙ୍କୁ ପିଇବା ପାଣି ଓ ଗରିବ ଖଟିଖିଆମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ସହ ମାସ୍କ ବଣ୍ଟନ କରୁଥିବା ଜଣାପଡିଛି । ବିଭିନ୍ନ ପଶୁ ତଥା ଗାଈ ଶଣ୍ଢ ଓ କୁକରମାନେ ଲକଡାଉନ ଯୋଗୁଁ ଖାଦ୍ୟ ନ ପାଇ ଭୋକିଲାର ବୁଲୁଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ବିଭିନ୍ନ ଖାଦ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି । ସମାଜସେବୀ ଧୀର ମହାନ୍ତିଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲ ପ୍ରଶଂସା କରୁଛନ୍ତି ।
ରିପୋର୍ଟ : ଆଶିଷ କୁମାର ଦାସ
