ସମାଜସେବୀ ସାମ୍ବାଦିକ ନାଗେଶ୍ୱର…..

ମୋହନା (ସମୃଦ୍ଧ ଓଡିଶା) ଜଣେ ସାମ୍ବାଦିକ ଗତକାଲି ତିତିଲି ପ୍ରଭାବିତ ଅଞ୍ଚଳରେ ଖବର ସଂଗ୍ରହ କରିବାକୁ ବୁଲୁଥିବା ସମୟରେ ମୋହନା ବ୍ଲକ ନିକଟସ୍ଥ ଡାକ ବଙ୍ଗଳା ସମ୍ମୁଖରେ ଜଣେ ଅଜଣା ବ୍ୟକ୍ତି ସାଇକଲରେ ଯିବାବେଳେ ରାସ୍ତାରେ ଅଚେତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ପଡିଥିବା ଅଜଣା ବ୍ୟକ୍ତିଟିକୁ ରାସ୍ତାରେ ଯାଉଥିବା ଲୋକମାନେ ସମସ୍ତେ ଦେଖି ନ ଦେଖିଲା ଭଳି  ଚାଲିଯାଉଥିଲେ । ଏହି ସାମ୍ବାଦିକ ଜଣକ ତାହା ଦେଖି ସମ୍ଭାଳି ପାରିଲେ ନାହିଁ । ନିଜେ ସେଠାକୁ ଯାଇ ଅଜଣା ବ୍ୟକ୍ତି ଜଣକ ମୁମୂର୍ଷୁ ଅବସ୍ଥା ପଡି ରକ୍ତସ୍ରାବ ହେଉଥିବା ଦେଖି ତାଙ୍କୁ ନିଜ କାନ୍ଧରେ ଉଠାଇନେଇ ସିଧା ଚାଲିଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ। ବର୍ତ୍ତମାନ ବ୍ୟକ୍ତି ଜଣକ ସୁସ୍ଥ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ହେଲେ ସେହି ସାମ୍ବାଦିକ ଜଣକ ହେଉଛନ୍ତି ନାଗେଶ୍ୱର ମହାପାତ୍ର । ଲୋକଙ୍କ ସହ ଯେଉଁମାନେ ସମ୍ପର୍କ ରଖିବାକୁ ଚାହାଁନ୍ତି ସେମାନେ ଲୋକଙ୍କୁ ଭଲପାଆନ୍ତି ଓ ମିଶିନ୍ତି । ବିଶେଷ କରି ସମାଜସେବୀ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ଯେଉଁମାନଙ୍କର ପିଲା ଦିନରୁ ସାଙ୍ଗଠନିକ ମନଭାଵ ଥାଏ ସେମାନଙ୍କ ହୃଦୟ କଠୋର ନୁହେଁ । ନିଶ୍ଚୟ ଅନ୍ୟର ସମସ୍ୟା ଦେଖିଲେ ଭାଙ୍ଗିପଡିବେ । ସାହାଯ୍ୟର ହାତ ବଢ଼ାଇବେ।ନାଗେଶ୍ୱର ଠିକ ସେଭଳି ଜଣେ ସାମାଜିକ ବ୍ୟକ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଆଜି ମାତ୍ର ଦଶ ହଜାର ଟଙ୍କା ଋଣ ସୁଝି ନ ପ।ରି ଅର୍ଣ୍ଣ ଦାତା ଚାଷୀ ଆତ୍ମହତ୍ୟା କରୁଛି । ଯଦି ମୁରବି ଜଣେ ସମାଜସେବୀ, ସାମ୍ବାଦିକ ବା ରାଜନୈତିକ ବ୍ୟକ୍ତି ହୋଇଥାନ୍ତେ ଏପରି ହୋଇଥାନ୍ତା କି ?  ଵିଚାର କରିବାର ସମୟ ଆସିଛି ……….