
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ୧୪ନଂ ୱାର୍ଡ ନନ୍ଦିକା ଗ୍ରାମର ନରେନ୍ଦ୍ର ନାଥ ଦତ୍ତ (୮୭)ଙ୍କର ପରଲୋକ ହୋଇଛି । ସେ ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟରେ ଭାଗ ନେଇ ଆସୁଥିବା ବେଳେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ୨୧ ତାରିଖ ଶୁକ୍ରବାର ୫.୪୫ ମିନିଟ ସମୟରେ ତାଙ୍କର ପରଲୋକ ଘଟିବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସେ ପୋଲିସ୍ ଅଧିକାରୀ ମଧୁସୂଦନ ଦତ୍ତଙ୍କର ପିତା ଅଟନ୍ତି । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା