

ସମ୍ବଲପୁର(ସମୃଦ୍ଧଓଡିଶା) ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷା, ସାହିତ୍ଯ ଓ ସଂସ୍କୃତି କ୍ଷେତ୍ରରେ ସାମାଜିକ ଅବଦାନ ନିମନ୍ତେ ବୌଦ୍ଧ ସହରର ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଡ.ସଂଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ପତ୍ର ସଂଖ୍ୟା ୫୧୧୦ ତା୨୧.୧୧.୨୦୨୪ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ପଣ୍ଡା ବୈଷୟିକ ଅଧ୍ୟାପନାରେ ବ୍ରତୀ ଥିବା ବେଳେ ନୀଳଚକ୍ର ସାହିତ୍ଯ ସଂସଦର ପ୍ରତିଷ୍ଠାତା ସଭାପତି ଓ ଓଡ଼ିଶା ସାହିତ୍ଯ ଏକାଡେମୀ,ଅର୍ଥ କମିଟିର ପ୍ରାକ୍ତନ ସଦସ୍ଯ ମଧ୍ଯ ଅଟନ୍ତି।ବୌଦ୍ଧଚକ୍ର, ତ୍ରୈମାସିକ ମାସିକ ସାହିତ୍ଯ ପତ୍ରିକା ତାଙ୍କର ସମ୍ପାଦନାରେ ଚାଲିଛି।ଓଡ଼ିଆ ସାହିତ୍ୟରେ ୧୧ଖଣ୍ଡ ପୁସ୍ତକ ରଚନା କରିବା ସହ ବୈଷୟିକ ପାଠ୍ୟକ୍ରମ ପୁସ୍ତକ ଡିଜାଷ୍ଟର୍ ମ୍ଯାନେଜମେଣ୍ଟ ଓ କେନ୍ଦ୍ର ସରକାରଙ୍କ ସିଏସ୍ଟିଟି ବିଭାଗ ତରଫରୁ ତିନୋଟି ଇଂରାଜୀ ବୈଷୟିକ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି।ଏହି ସମ୍ବର୍ଦ୍ଧନା ପାଇଁ ତାଙ୍କର ଶୁଭେଚ୍ଛୁଙ୍କ ଗହଣରେ ଖୁସିର ଲହରି ଖେଳି ଯାଇଛି।
ରିପୋର୍ଟ : ସସ୍ମିତା ପ୍ରଧାନ