



ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଆଜି ସମ୍ବାଦ ଖବର କାଗଜ ଓ ଆମ ଓଡିଶା ପକ୍ଷରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭଵନ, ହିଲପାଟଣା ବ୍ରହ୍ମପୁର ଠାରେ ସମ୍ବାଦର ଅଧକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାରେ ଓଡିଶାର ସାତୋଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କୋରାପୁଟ ଜିଲ୍ଲା ସମେତ ବ୍ରହ୍ମପୁର ନଗର ନିଗମ ମହିଳା ଉଦ୍ୟୋଗୀଙ୍କୁ ନେଇ ଓଡିଶା -50 ମହିଳା ସଶକ୍ତିକରଣ ଶୀଷର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅରବିନ୍ଦ ଦାସ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା ) ସମ୍ବାଦ, ଶ୍ରୀମତୀ ମୋନିକା ନେୟାର ପଟ୍ଟନାୟକ (ପରିଚାଳନା ନିର୍ଦେଶକା, ସମ୍ବାଦ ଗ୍ରୁପ ) ପ୍ରଫେସର ଗୀତାଞ୍ଜଳି ଦାସ କୁଳପତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ପ୍ରମୋଦ ପଟ୍ଟନାୟକ ବାର୍ତ୍ତା ସଂଯୋଜକ, ପ୍ରିୟାଂଶୁ ପଟ୍ଟନାୟକ-ଶିଳ୍ପ ବିକାଶ ଅଧିକାରୀ, ଡିଆଇସି ଗଞ୍ଜାମ, ଶ୍ରୀ ନବୀନ ସେନାପତି ଡିପିଏମ ଓ ଏଲଏମ, ଶ୍ରୀ ସତ୍ୟସୁନ୍ଦର ପାଇତାଲା ଡେପୁଟି ସିଇଓ, ଓରମାସ, ଶ୍ରୀ ଶାଶ୍ୱତ ସାହୁ ଡିପିସି ମିଶନ ଶକ୍ତି, ଗଞ୍ଜାମ, ଶ୍ରୀ ପ୍ରଶାନ୍ତ ପଣ୍ଡା ବାର୍ତ୍ତା ସଂଯୋଜକ ସମ୍ବାଦ ବ୍ରହ୍ମପୁର ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏଥିରେ ପୋଲସରା ମହିଳା ଉଦ୍ୟୋଗୀନ ତଥା ସମାଜ ସେବୀ ଆରତୀ ଦେବୀ ଯୋଗ ଦେଇ ନିଜର ଅଭିଭାଷଣ ରଖିବାର ସୁଯୋଗ ପାଇ ଥିବାରୁ ସେ ନିଜକୁ ଧନ୍ୟ ମଣିବା ସହ ଏହି ସୁଯୋଗ ଦେଇଥିବା ଉଦ୍ୟକ୍ତ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି I