ସମ୍ବାଦ ଭିତ୍ତିକ ମାସିକ ପତ୍ରିକା “ସମୟର ଚକ୍ର”ର ଲୋକାର୍ପଣ ଉତ୍ସବ…

ବାଲେଶ୍ୱର (ସମୃଦ୍ଧ ଓଡିଶା) ସମ୍ବାଦ ଭିତ୍ତିକ ମାସିକ ପତ୍ରିକା “ସମୟର ଚକ୍ର”ର ଲୋକାର୍ପଣ ଉତ୍ସବ ଏବଂ କବିତା ପାଠ ଉତ୍ସବ ଆଲୋଚନା ଚକ୍ର ଦିବସ ବ୍ୟାପି ଡଗରା ବେଳାଭୂମି ପର୍ଯ୍ୟଟନ ସ୍ଥଳ ନିକଟସ୍ଥ କାଳିପଦା ଠାରେ ଧ୍ରୁବ ଚରଣ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ମୃତିରେ ଓ ଶବ୍ଦରେ ଥିଲେ ସ୍ୱାଧୀନତା ସଂଗ୍ରାମୀ ଡଗରାର ନରେନ୍ଦ୍ର ଓ ନାରାୟଣ ଜେନା, ଜଗାଇର ଭଗବାନ ଦତ୍ତ ଓ ଶ୍ୟାମ ସୁନ୍ଦର ଦେ, ସାରସ୍ୱତ ସାଧକ କବି ଧୀରେନ୍ଦ୍ର କରଣ, ଔପନ୍ୟାସିକ ଗୌରୀପଦ ମହାନ୍ତି (ଚନ୍ଦ୍ର ବନ୍ଦନୀ ଉପନ୍ୟାସରର ଲେଖକ), ପିପିଲିର ଐତିହ୍ୟଭରା ସୁବର୍ଣରେଖା ବନ୍ଦର, ନଭଡେଶ୍ଵର ଓ ଭୂଷଣ୍ଡେଶ୍ୱର ମହାଦେବ ମନ୍ଦିର, ବେଳାଭୂମୀର ନାଲି କଙ୍କଡ଼ାର ପଟୁଆର, ଶଙ୍ଖର ଆକର୍ଷଣୀୟ ଉପସ୍ଥିତି, ବହୁମୂଲ୍ୟବାନ ସାମୁଦ୍ରିକ ପଦାର୍ଥର ଆଗମନ ଇତ୍ୟାଦି । ଓଡ଼ିଶାର ଶସ୍ୟ ଭଣ୍ଡାର ଭାବରେ ପରିଚିତ ଉତ୍ତର ଓଡ଼ିଶାର ଏହି ସମୃଦ୍ଧ ଭୋଗରାଇ ଓ ବାଲିଆପାଳ ଅଂଚଳ ଧାନ, ମୀନ, ପାନ, କାଜୁ, ଚିନାବାଦାମର ଭୂମୀ ଏହିମାଟି ଓ ଷୋଡ଼ସା ପାଣ୍ଠର ପୌରାଣିକ କିମ୍ବଦନ୍ତୀ ଭିତରେ ଲଙ୍ଗଳ ଧାରୀ ଶିବ ଲଂଗଲେଶ୍ୱର, ନଭକୁ ଆପାଣା ଇଙ୍ଗିତରେ ରଖିଥିବା ନଭଡେଶ୍ଵର ମହାଦେଵ, ସୁବର୍ଣ୍ଣରେଖାର ପ୍ରଳୟଙ୍କରୀ ସ୍ରୋତକୁ ପ୍ରତିହତ କରି କୃଷି ଓ କୃଷକଙ୍କୁ ସୁରକ୍ଷା ଦେଉଥିବା ଭୂଷଣ୍ଡେଶ୍ୱର ମହାଦେବ ଆଦିଙ୍କୁ ଆତ୍ମସ୍ଥ କରି ସମସ୍ତଙ୍କ ସହ ସହଭାଗୀ ତାସହ ସମୟର ଚକ୍ର ସାରସ୍ଵତ ସମାରୋହ ଏକ ସ୍ଵତନ୍ତ୍ରତା ଓ ସାହିତ୍ୟିକ ତଥା ନୂତନ ପ୍ରତିଭା ମାନଙ୍କର ଏକ ଅପୂର୍ବ ମିଳନର ବ୍ୟବସ୍ଥା ସୃଷ୍ଠି କରିଥିଲା । ଏ ଅଂଚଳରେ ଭୂମିକନ୍ୟା ଭାବରେ ପରିଚିତ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସହଧର୍ମିଣୀ ଶ୍ରୀମତୀ ସୁବାସିନୀ ଜେନା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଆସରକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ବରିଷ୍ଠ ସାହିତ୍ୟକ କାଳିକିଂର ଦାସ ଯୋଗଦେଇ ବେଶ କିଛି ସାହିତ୍ୟକଙ୍କୁ ସାର୍ଥକ ଆଲୋଚନା ଶିକ୍ଷା ଓ ସମାଜର ବିଭିନ୍ନ ସମସ୍ୟାକୁ ନେଇ କରିଥିଲେ । ସଭାପତି ଭାବେ ସାହିତ୍ୟିକ ଅଧ୍ୟାପକ ସୁକାନ୍ତ ଗିରି, ପତଙ୍ଗ ସମ୍ପାଦକ ନଳିନୀ କାନ୍ତ ପାଢ଼ୀ, ଗୌରହରି ପ୍ରହରାଜ, ଅଧ୍ୟାପକ ଅଶ୍ୱିନୀ ପ୍ରଧାନ, ପଣ୍ଡିତ ପ୍ରିୟବ୍ରତ ପଣ୍ଡା, ବିଜୟଜୀ,ବରିଷ୍ଠ ସାରସ୍ୱତ ସାଧକ ଶ୍ରୀ ବ୍ରଜେନ୍ଦ୍ର ନାଥ ଗିରି, ପ୍ରଭାତ କୁମାର ଅଚାର୍ଯ୍ୟ, ସନ୍ନ୍ୟାସୀ ଵେହେରା, ମନୋଜ ପଣ୍ଡା, ମାନସ ସ୍ୱାଇଁ, ରବୀନ୍ଦ୍ରନାଥ ଦାସ, କଲ୍ଲ୍ୟାଣୀ ନନ୍ଦ, ଜୟନ୍ତ ପାଣିଗ୍ରାହୀ, ବିଭୁଦତ୍ତ ଖୁଣ୍ଟିଆ, ଅଜୟ କୁମାର ସାହୁ, ରାମରଞନ ରାଉତ, ମାଳତୀମଣିଧଳ, ହିମାଂଶୁ ଶେଖର ଜେନା, ତୀର୍ଥେଶରାୟମହାଶୟ, ଆଦି ଅନେକ ପ୍ରତିଭାବାନ ଶିଳ୍ପୀମାନେ ଅତିଥି ଭାବେ ଯୋଗ ଦେବା ସହିତ ସ୍ଵରଚିତ କବିତା ଆବୃତି କରିଥିଲେ । ସାରସ୍ୱତ ଆଲୋଚନା ବେଶ ଆମୋଦଦାୟକ ହୋଇଥିଲା । ଏହି ଅବସରରେ ଆଧ୍ୟାପକ ସୁକାନ୍ତ କୁମାର ଗିରିଙ୍କ ବିଧ୍ୟ କାଣ୍ଡାରି, ଦିବାକର ବେହେରାଙ୍କ ସାଉଁଟା ଫୁଲ ପୁତ୍ସକ ଉନ୍ମୋଚନ କରାଯାଇଥିଲା । ସମସ୍ତେ ଧନ୍ୟବାଦ ଦେଇଥିଲେ ସମୟ ଚକ୍ରର ଯୁବ ସମ୍ପାଦକ ସର୍ବେଶ୍ୱର ଜେନାଙ୍କର ଅନନ୍ୟ ପ୍ରୟାସ ପାଇଁ ସହଯୋଗୀ ସତ୍ୟଭାମା ଜେନାଙ୍କୁ । କାଳିପଦା ତଥା ଜିଲ୍ଲାର ବିଭିନ୍ନ ଅଂଚଳର ଅସଂଖ୍ୟ ସାରସ୍ୱତ ପ୍ରେମୀ ଯୋଗଦାନ କରିଥିଲେ । ୧୬ ଜଣ ପ୍ରତିଭା ଧରଙ୍କୁ ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସହଯୋଗୀ ସମ୍ପାଦୀକା ସତ୍ୟଭାମା ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରତାପୁର ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଗାନ କରାଯିବା ସହ ଶେଷରେ ଏ ସମସ୍ତ କାର୍ଯ୍ୟ ପାଇଁ ପତଙ୍ଗ ଅନୁଷ୍ଠାନକୁ ଧନ୍ୟଵାଦ ଅର୍ପଣ କରାଯାଇଥିଲା । ଏହାସହ ସମସ୍ତଙ୍କ ଭୂମିକା ନେଇଥିବା କର୍ମକର୍ତ୍ତା ଓ ଅତିଥିଙ୍କୁ ସୁଶାନ୍ତ କର ଧନ୍ୟବାଦ ଦେଇଥିଲେ ।