ସମ୍ବାଦ ସାହିତ୍ୟ ଘର, ଜଳେଶ୍ୱର ଶାଖା, ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ତରଫରୁ ବୃକ୍ଷ ରୋପଣ ଓ ବର୍ଷା କବିତା ଆସର ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସମ୍ବାଦ ସାହିତ୍ୟ ଘର, ଜଳେଶ୍ବର ଶାଖା ତରଫରୁ ସଭାପତି ସୁଧାଂଶୁ ଶେଖର ପ୍ରଧାନଙ୍କ ପୌରହିତ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମହିଷାମୁଣ୍ଡା, ପରିସରରେ ବର୍ଷା କବିତା ଆସର ଓ ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ପରିଷଦ, ଶାଳିକୋଠା ଗାଆଁ ପରିସରରେ ୧୫୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶିକ୍ଷକ ଡ. ଅଜିତ କୁମାର ମହାନ୍ତିଙ୍କ ଆବାହକତ୍ବରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଡ଼. ମହାନ୍ତିଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ସମ୍ବାଦ ସାହିତ୍ୟ ଘରର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମାସ ତମାମ ତଥା ବନ ମହୋତ୍ସବ ପାଳନରେ ବୃକ୍ଷ ରୋପଣ ଏକ ମାତ୍ର ମାଧ୍ୟମ ଏବଂ ସମଗ୍ର ବିଶ୍ଵର ମହାମାରୀ ସମୟରେ ଅକସିଜେନର ଅଭାବ କେବଳ ବୃକ୍ଷ ରୋପଣ ଦ୍ବାରା ସମ୍ଭବ ହୋଇ ପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଛମୌଜ ମଣ୍ଡସ୍ତରୀୟ ସି.ଆର.ସି.ସି. ମୀନା ପରିଡ଼ା, ମହିଷାମୁଣ୍ଡା ଗ୍ରାମ୍ୟ ମୁଖ୍ୟ ହରିହର ପ୍ରମାଣିକ, ପରିଚାଳନା କମିଟି ସଦସ୍ୟ ଶିଶୀ କାନ୍ତ ପ୍ରଧାନ, ମହିଷାମୁଣ୍ଡା ଉ.ପ୍ରା. ବିଦ୍ୟାଳୟ,ର ପ୍ରଧାନ ଶିକ୍ଷକ ପିତାମ୍ବର ଜେନା ତଥା ସମ୍ବାଦ ସାହିତ୍ୟ ଘର, ଜଳେଶ୍ଵର ‌ଶାଖାର ସମସ୍ତ ସଦସ୍ୟ ବୃନ୍ଦ ଏବଂ ମାଧବ ଚନ୍ଦ୍ର ଶିବ ନାରାୟଣ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ମନୋରଞ୍ଜନ ଦାସ, ମିହୀର କୁମାର ପ୍ରଧାନ, ଗଣେଶ ଚନ୍ଦ୍ର ପରିଡ଼ା, ଦେବେନ୍ଦ୍ର ଭୂୟାଁ, ଗଣେଶ ଚନ୍ଦ୍ର ଗିରି, ଶଶିକାନ୍ତ ପ୍ରଧାନ, ଶିକ୍ଷୟିତ୍ରୀ ଶାନ୍ତି ଲତା ପଣ୍ଡା, ସବିତା ରାଣୀ ଓଝା, ନିମାଇଁ ରଣା, ସୁଧୀର କୁମାର ପ୍ରଧାନ, କେଶବ ଚନ୍ଦ୍ର ପରିଡ଼ା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଭାଗବତ ମହାନ୍ତି, କେଦାର ଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଶଶୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 

ରିପୋର୍ଟ : ଭୂପତି ପରିଡା