ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଙ୍କିରାରେ ମହାସମାରୋହରେ ପାଳିତ ହୋଇଯାଇଛି ଭାରତ ଆତ୍ମା ସମ୍ବିଧାନ ଦିବସ । ଏଥିରେ ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଦେଶାତ୍ମକବୋଧକ ସଂଗୀତଗାନରେ ଏକ ଜାତୀୟ ମୂଲ୍ୟବୋଧର ନିଝିର ପରିବେଶ ସୃଷ୍ଟି କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର୍ଷଣ ବ୍ରହ୍ମ ଶିକ୍ଷା ସମାଜସେବୀ ଅଶୋକ ପତି ଓ ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ରଞ୍ଜନ କୁମାର ମହାପାତ୍ର ତଥା ଅଭିଭାବକ ଓ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ନିଜର ଯଥାମାନ୍ୟ ସମ୍ୟକ ଅଭିଭାଷଣ ସମ୍ବିଧାନର ସୁରକ୍ଷା ଓ ଗଣତନ୍ତ୍ରର ରକ୍ଷା ଦିଗରେ ପ୍ରଦାନ କରିଥିଲେ । ସମାଜସେବୀ ଆଗାମୀ ପିଢ଼ିକୁ ସମ୍ବିଧାନର ସୁରକ୍ଷା ଓ ଅଖଣ୍ଡ ଗଣତନ୍ତ୍ରର ରକ୍ଷା ଦିଗରେ ଯତ୍ନଶୀଳ ହେବା ପାଇଁ ଏହି ଦିବସ ସହାୟକ ହେବ ବୋଲି ମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏହି ସମ୍ପର୍କରେ ଶପଥ ପାଠ କରିଥିଲେ । ସମ୍ବିଧାନ ସମ୍ପର୍କରେ ରଚନା ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ବ୍ରହ୍ମ ଧବ୍ୟବାଦ ଦେଇ ପିଲାମାନଙ୍କୁ ମିଷ୍ଟାନ ପ୍ରଦାନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି