ସରକାରଙ୍କୁ ଅପେକ୍ଷା ନ କରି ଲୋକେ ମାତିଲେ: ନିଜ ଗାଁ ରାସ୍ତା ନିର୍ମାଣ କାମ ନିଜେ କଲେ…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା ) ମହାଭୟଙ୍କର ତିତିଲି ବାତ୍ୟା ଓ ବନ୍ୟା ଗଞ୍ଜାମ ଜିଲ୍ଲାକୁ ପୋଛି ନେଇଥିବା ବେଳେ ଜିଲ୍ଲାର ରାଜଧାନୀ ଛତ୍ରପୁରରୁ ମାତ୍ର କେଇ ରାସ୍ତା ପରେ ବଡମାଧପୁରକୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସରକାରୀ ରିଲିଫ ଏ ପର୍ଯ୍ୟନ୍ତ ପହଂଚିପାରିନାହିଁ । ଆଲୋକ ନାହିଁ ଅନ୍ଧାରରେ ଲୋକ କାଲକିପାତ କରୁଥିବା ବେଳେ ପିଇବାକୁ ପାଣି ନାହିଁ କି ରାନ୍ଧିବାକୁ ଚାଉଳ ନାହିଁ । ଦୁଇ ଦିନ ହେଲେ ଲୋକେ ଭୋକ ଉପବାସରେ ରହିଛନ୍ତି । ସମ୍ଭାଳି ହେଲେନି । କିଛି ଲୋକ ସାହାସ ଜମାଇ ଅଣ୍ଟା ଭଡ଼ିଲେ । ନିଜେ କୋଡ଼ି କୁରାଢ଼ୀ ଧରି ଗାଁ ଲୋକେ ବାହାରିଲେ ରାସ୍ତା ନିର୍ମାଣ କରିବାକୁ । ରାସ୍ତା ନିର୍ମାଣ କଲେ ସରକାରୀ ବାବୁମାନେ ରିଲିଫ ଧରି ଆସିବେ । ବଡମାଧପୁର ପଞ୍ଚାୟତର ବରଙ୍ଗ ଗାଁର ୟେ ହେଉଛି ସମସ୍ୟା । ଗାଁର ମୁଖ୍ୟ ରାସ୍ତାଟି ଯାହା ସରକାର କରିଥିଲେ ବନ୍ୟା ପାଣିରେ ତାହା ସମ୍ପୂର୍ଣ ଧୋଇ ହୋଇଗଲା । ବାତ୍ୟା ପରେ ତିନି ଦିନ ଧରି ଜାତାୟତା ଠପ ହୋଇଗଲା । ମାଧପୁର ପଂଚାୟତ ଓ ଏହି ବାରଙ୍ଗ ଗାଁ ସମ୍ପୂର୍ଣ ହୋଇଗଲା ପରେ ଛତ୍ରପୁର ବଜାର ଉପରେ । ଫଳରେ ରାସ୍ତା ବନ୍ଦ ହୋଇଯିବାରୁ ରିଲିଫ ପହଂଚି ପାରିଲା ନାହିଁ । ଦୁଇ ଦିନ ଧରି ଲୋକେ ଭୋକରେ ରହିଲେ । ଲୋକ ମାତିଲେ ରାସ୍ତା ନିର୍ମାଣ କଲେ ଏବଂ ଭାସିଯାଇଥିବା ପୋଲୋ ଉପରରେ କାଠରେ ନିର୍ମାଣ କରି ଏକ ଅସ୍ଥାୟୀ ପୋଲ ବସାଇଲେ ତଥାପି ବିପଦ ସଂକୁଳ ଥିଲେ ମଧ୍ୟ ଲୋକଙ୍କର ଯାତାୟାତ ସୁବିଧା ହେବାରୁ କିଛି ଖାଦ୍ୟପେୟ ନେଇ ଭୋକ ମେଣ୍ଟାଇଲେ ହେଲେ ଲୋକମାନେ ନିଜପକେଟରୁ ଖର୍ଚ୍ଚକରୀ ନିଜେ ଶ୍ରମ ଦେଇ ଏହା ସାଧୁ ଉଦ୍ୟମ କରିଥିବାବେଳେ ସରକାରୀ ବାବୁମାନେ ଦରମାନେଇ ଘରେ ମଜାମଜଲିସ କରୁଛନ୍ତି ବୋଲି ସାଧାରଣ ଲୋକମାନେ ଅଭିଯୋଗ କଲେ । ଆଜି ଯାଏଁ ସେ ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ପିଇବାପାଣିର ପୁନଃଉଧାର ହୋଇପାରିନାହିଁ । ଦୂଷିତ ପାଣି ପି ଜୀବନ ବିତାଉଛନ୍ତି ସେମାନେ । ବ୍ଲକ ପ୍ରଶାସନ ତରଫରୁ ଗୋଟିଏ ଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ଖବର ମିଳିଛି । ହେଲେ ତୁରନ୍ତ ଜିଲ୍ଲାପ୍ରଶାସନ ସୂବନ୍ଦବସ୍ତ କରିବାକୁ ଦାବି ହୋଇଛି ।