ସରକାରଙ୍କ ମଦବିକ୍ରି ନିଷ୍ପତ୍ତି ବିରୋଧରେ ମୋନାର ପ୍ରତିବାଦ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମିଳିତ ନିଶାନିବାରେଣ ମଞ୍ଚ ଜଳେଶ୍ୱର ପକ୍ଷରୁ ସରକାରଙ୍କ ନୂତନ ମଦବିକ୍ରି ନିଷ୍ପତ୍ତି ବିରୋଧରେ ଏକ ପ୍ରତିବାଦ ସଭା ବୟବୃଦ୍ଧ ଶିକ୍ଷକ ନେତା ରାଜାରାମ କରସର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଭଳି ଏ? କ ଗରିବରାଜ୍ୟକୁ ମଦମୁକ୍ତ ଘୋଷଣା କରାଯିବା ଲାଗି ଏହି ସଭାରେ ଦିଲ୍ଲିପ କୁମାର ଗିରି, ଡ. ଲଳିତ ରଞ୍ଜନ ସେନାପତି, କମଳ ଚକ୍ରବର୍ତ୍ତୀ, ଡ. ଅଜିତ୍ କୁମାର ମହାନ୍ତି, ଭାସ୍କାର ମିଶ୍ର ପ୍ରମୁଖ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଛନ୍ତି । ଓଡିଶାକୁ ମଦମୁକ୍ତ ରାଜ୍ୟ ଭାବେ ପରିଗଣିତ କଲେ ସରକାରଙ୍କ ଯେଉଁ ରାଜସ୍ୱ ହାନୀ ହେବ ମଦ୍ୟପାନ ଜନୀତ ଅସ୍ୱାସ୍ଥ୍ୟକର ପରିବେଶ, ସାମାଜିକ ଅପରାଧ, ପାରିବାରିକ ବିଶୃଙ୍ଖଳା ଆଦିକୁ ହିସାବକୁ ନେଲେ ରାଜକୋଷ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେମାନେ କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା