


ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ନିଷ୍ଟ୍ ବିଶ୍ଵବିଦ୍ୟାଳୟ ଓ ଏହି ମହାବିଦ୍ୟାଳୟ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷର ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଡ ଅଜୟ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୀଷ୍ଟ ର କୁଳସଚିବ ଡ଼ ବିଷ୍ଣୁଙ୍କର ନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଅନ୍ୟତମ ଅତିଥି ଭାବରେ ନୀଷ୍ଟ୍ ର ସହକାରୀ ପ୍ରଫେସର ସୁବ୍ରତ କୁମାର ଭୁଁୟା ଓ ସହକାରୀ ପ୍ରଫେସର ସୁଶାନ୍ତ କୁମାର ସାହୁ ଯୋଗଦେଇ ଥିଲେ। ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ପାଠ୍ୟ ଗବେଷଣା, ଗବେଷଣା ଅନୁଦାନ ଓ ସହଭାଗିତା ଦ୍ଵାରା ସେମିନାର, ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ଆଦି ସହଜ ହେବ। ଏପରି ପଦକ୍ଷପ ଦ୍ଵାରା ଦକ୍ଷିଣ ଓଡ଼ିଶା ରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବୁଝାମଣା ଦ୍ଵାରା ବିପ୍ଳବ ଆଣିପାରିବ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଏପରି ସଫଳତା ପାଇଁ ଉତ୍ସାହିତ ହେବା ସହ ମହାବିଦ୍ୟାଳୟ ଉପସ୍ଥିତି ଥିଲେ।
ରିପୋର୍ଟ : ନିମାଇଁ ପଣ୍ଡା