

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତକାଲି ତଥା ଜୁଲାଇ ୨ ରିଖ ଦିନ ପୁର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କପିଳାସ ବନାଞ୍ଚଳ ଅଧିକାରୀ ଦର୍ଶନୀଆରୋଇ ମୁଖ୍ୟ ଅତିଧି, ସମାଜସେବୀ ମାନସ କୁମାର ସାହୁ, ତେପୁଟି ବନାଞ୍ଚଳ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । କପିଳାସ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ୧୦୦ ଗୋଟି ଚାରା ରୋପଣ କରାଯାଇଥିଲା । ପରିଚାଳନା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟର ଶିକ୍ଷୟତ୍ରୀ ଶାନ୍ତିଲତା ଦାସ, ମମତା ବେହୁରି, ମନୀଷା ସାହୁ ଓ ସଜ୍ଞା ସାଗରିକା ସ୍ୱାଇଁ, ବନପାଳ ସସ୍ମିତା ସ୍ୱାଇଁ, ବନ ରକ୍ଷା ଶିବରାମ ବେହେରା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପରିବେଶ କ୍ଲବର ସମସ୍ତ ସଦସ୍ୟ ଓ ସଦସ୍ୟା ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
