ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଙ୍କିରାରେ ବନ ମହୋତ୍ସବ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଷଡ଼ଙ୍ଗୀ ରେଞ୍ଜ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଙ୍କରା ଠାରେ ୭୦ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ବ୍ରହ୍ମ ଓ ବିଦ୍ୟାଳୟ ପରିଚାଳନା ସଭାପତି ରଞ୍ଜନ କୁମାର ମହାପାତ୍ର, ସଭ୍ୟ ପ୍ରକାଶ ଚନ୍ଦ୍ର ଦାସ, ସଭ୍ୟା ମମତା ଦାସଙ୍କ ସହାୟତା କ୍ରମେ ଷଡ଼ଙ୍ଗୀ ରେଞ୍ଜର ଡେପୁଟି ରେଞ୍ଜର ଚନ୍ଦ୍ରମଣି ବେହେରା ଖଙ୍କରା ଫରେଷ୍ଟର ଉପେନ୍ଦ୍ର ନାଏକ ଓ ଫରେଷ୍ଟଗାର୍ଡ଼ ରଶ୍ମିରଂଜନ ଦାସ, ଦୀନେଶ ଶର୍ମା କୋଅଡ଼ିନେଟର ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ୫୦ରୁ ଉର୍ଦ୍ଧ୍ଵ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗୀ ଭାବେ ଇତିଶ୍ରୀ ପାଢ଼ୀ, ଜ୍ୟୋତ୍ସା ପାଣି, ରାଜଶ୍ରୀ ବିହାରୀ ତଥା ଖଙ୍କରା ଗ୍ରାମର ସମାଜସେବୀ ଅଶୋକ ପାଢ଼ୀ, ସିଆରସିସି ବିଚିତ୍ରାନନ୍ଦ ସ୍ୱାଇଁ ଓ ଶିକ୍ଷୟତ୍ରୀ ପ୍ରତିଭା ଶୁକ୍ଳା, ସୁଚିତ୍ରା ମାଝୀ, ସଂଯୁକ୍ତା ପୂର୍ତ୍ତି ପ୍ରତ୍ୟେକ ବୃକ୍ଷରୋପଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ବୃକ୍ଷ ହିଁ ଜୀବନ ଶୀର୍ଷକ ଆଲୋଚନା ଓ ସ୍ଲୋଗାନ ଦିଆଯାଇଥିଲା । ଶେଷରେ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଶିକ୍ଷକ ଲକ୍ଷ୍ମୀଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି