

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁରେ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭାରତର ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ସାରଥୀ, ଭାରତୀୟ ଜନମାନସର ଆଦୃତ ନେତା ଲୌହ ମାନବ ସର୍ଦ୍ଦାର ବଲଵ ଭାଇ ପଟେଲଙ୍କ ଜନ୍ମ ତିଥି ଅବସରରେ ରାଷ୍ଟ୍ରୀୟ ଏକତା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସିଆରସିସି ଜୟଦେବ ଶତପଥୀ, ଶିକ୍ଷୟତ୍ରୀ ଶାନ୍ତିଲତା ଦାସ, ନାମିତ ପ୍ରଣ ସାହୁ, ସଜ୍ଞା ସାଗରିକ ସ୍ୱାଇଁ, ଯୋଗଦେଇ ଉଦବୋଧନ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ । ଛାତ୍ରଛାତ୍ରୀମାନେ ହେଉଛନ୍ତି ଭାରତ ବର୍ଷର ଭାବି ନାଗରିକ ଏଣୁ ଭାରତର ଏକତା ସଂହତ ଓ ପ୍ରଗତି ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏଣୁ ଛାତ୍ର ସମାଜ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପରାମର୍ଶ ଦେଇଥିଲେ । ବରକୃତରେ ଜଗଦୀଶ ପତି ଓ ରୋଶନ ସାହୁ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ହୋଇଥିବା ବେଳେ କୁଇଜରେ ଜଗଦୀଶ ପତି ପ୍ରଥମ ଓ ରୋଶନ ସାହୁ ଦ୍ଵିତୀୟ ଓ ଲକ୍ଷ୍ମୀ ପ୍ରିୟାରଣା ତୃତୀୟ ହୋଇଥିଲେ ବୋଲି ପ୍ରଧାନ ଶିକ୍ଷକ ହରିହର ସାହୁ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି