
ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁର ପରିବେଶ କ୍ଳବର ଆଲୋଚନା ଚକ୍ର ‘ପ୍ଲାଷ୍ଟିକ ମୁକ୍ତ ଭାରତ’ ସମ୍ବନ୍ଧରେ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତରେ ଶିକ୍ଷୟତ୍ରୀ ନାମିତ ପ୍ରଭା ସାହୁ ଓ ସଜ୍ଞା ସାଗରିକ ସ୍ୱାଇଁଙ୍କ ସହଯୋଗରେ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରକାର ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ କରିଥିବାରୁ ଏଥିରେ ସମସ୍ତେ ସହଯୋଗ କରି ପ୍ଲାଷ୍ଟିକକୁ ଆଦୌ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଛାତ୍ର ସୋମନାଥ ବାରିକ, ଜଗଦୀଶ ପତି, ରୋସନା ସାହୁ ଓ ବିଶ୍ବଜିତ ସାହୁ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି