


ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁବାର ପୂର୍ବାହ୍ନରେ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିସିର କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ସିଆର୍ ସିସି ଉପେନ୍ଦ୍ର କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ମାଗି ସେଠୀ, ସୁଶାନ୍ତ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଚଳିତ ବର୍ଷ ଶିକ୍ଷା ବର୍ଷର ୧୭୨ ଜଣ ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୋଷାକ ବିତରଣ କରାଯାଇଥିବା ବେଳେ ସ୍ୱଚ୍ଛତାକୁ ଗୁରୂତ୍ୱାରୋପ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଦ୍ୟାଳୟର ବାତାବରଣକୁ ସ୍ୱଚ୍ଛତା ରଖିବା ସଙ୍ଗେ ସଙ୍ଗେ ନିଜ ଘର ଏବଂ ଚତୁଃପାଶ୍ୱର୍କୁ ସ୍ୱଚ୍ଛ ପରିଷ୍କାର ରଖିବା ନେଇ ଛାତ୍ରୀ ମାନେ ନିଜ ନିଜ ଅଭିଭାବକ ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଦ୍ୟାଳୟକୁ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ମୁକ୍ତ ସ୍ୱଚ୍ଛ ବିଦ୍ୟାଳୟରେ ପରିଣତ କରିବା ନେଇ ଛାତ୍ରୀ ମାନଙ୍କର ସହେଯାଗ ମଧ୍ୟ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୀମାଞ୍ଚଳ ପଣ୍ଡା, ଉମାଶଙ୍କର ସାହୁ, ଲତିକା ଦେବୀ, ନମିତା କୁମାରୀ ସାହୁ, ସଙ୍ଗୀତା କୁମାରୀ ସାହୁ, ଜଗଦୀଶ ସାହୁ, ଏସ୍.ଗୀତାଞ୍ଜଳୀ ପାତ୍ର, ସୁନୀତା ସାହୁ, କାଳୀଚରଣ ନାୟକ, ଅମର୍ଜିତ୍ କୌର୍, କେ.ଗୌତମ ଦୋରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





