ସରକାର ନ ଶୁଣିବାରୁ ଗ୍ରାମବାସୀ ମିଳିମିଶି ରାସ୍ତା ତିଆରି କଲେ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଵାଧୀନତାର ୭୨ ବର୍ଷ ପରେ ମଧ୍ୟ ପ୍ରଶାସନର ନିଦ ନ ଭାଙ୍ଗିବାରୁ ଢେଙ୍କାନାଳ ଜିଲ୍ଲାର ଗ଼଼ଁଦିଆ ବ୍ଲକ ସ୍ଥିତ ଗହ୍ମାରିଆ ଗ୍ରାମ (କାଶୀପୁର ପଞ୍ଚାୟତ) ଠାରୁ ଫୁଲଝର ଗ୍ରାମ (ଖଙ୍କିରା ପଞ୍ଚାୟତ) ଦୁଇଟି ଆଦିବାସୀ ଗ୍ରାମ ନିଜ ଚେଷ୍ଟାରେ ପ୍ରାୟ ୪କି.ମି ରାସ୍ତାକୁ ଗହ୍ମାରିଆ-ପିମ୍ପୁଡ଼ିଆ- ଫୁଲଝର – ଗ୍ରାମର ଭାଇ ଭଉଣୀ ମାନେ ମିଳିମିଶି ୪୦ ଡିଗ୍ରୀ ଖରାକୁ ବେଖାତିରି କରି ରାସ୍ତା ତିଆରି କରିଛନ୍ତି । ଏଠି ପ୍ରଶ୍ନ ଉଠେ ବିଧାୟକ ଓ ପ୍ରଶାସନର ଦୃଷ୍ଟି ପଡ଼ିଲାଣି ଶେଷରେ ନିଜେ ନିଜ ରାସ୍ତାକୁ ତିଆରି କଲେ ଗ୍ରାମବାସୀ । କୋଟି କୋଟି ଟଙ୍କାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କଣ ଏମାନଙ୍କ ପାଇଁ ଅଛୁଆଁ ? ନିର୍ବାଚନ ହେଲେ ଏଠି ଭୋଟ ହରେଇବାକୁ ନେତାଙ୍କ ଡେରା ପଡେ । ଏ ମାନଙ୍କୁ ନେଇ ବିଭିନ୍ନ ଦଳର କୁଜି ନେତା ନିଜ ପକେଟ ଗରମ କରନ୍ତି । ସବୁ ପ୍ରତିଶ୍ରୁତି ଦେଇ ଭୋଟ ନେଲା ପରେ ସବୁ ନେତା ହେଇଯାନ୍ତି ଦାସିଆ କିଏ ନା କପିଳା କିଏ । କେବେ ଏମାନେ ପିଚୁ ସଡକ ଖଣ୍ଡେ ଦେଖିବେ । ସରକାର ଏହାପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଉଛି । ଅନ୍ୟପକ୍ଷରେ ଏମାନେ ଶକ୍ତ ଚାପୁଡ଼ା ମାରିଛନ୍ତି ପ୍ରଶାସନ ଓ ନେତାମାନଙ୍କୁ ତାଙ୍କ ନିଷ୍ଠା ଓ ପରିଶ୍ରମରେ ।

ରିପୋର୍ଟ : ଶୁଭମ ପାଣି