ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ବୟସ୍କ ବ୍ୟକ୍ତିଙ୍କୁ ଧକ୍କାମାରି ପକାଇ ଦେବା ପରେ ଗୋଇଠା ବିଧା ଲାଦି ଦେଇ ଗଲେ ସରପଂଚ ବାବୁ । ଏମିତି ଏକ ଅଭାବନୀୟ ଘଟଣା ଗତ ୨ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ଗାଁରେ । ଗାଁରେ ଖୋଲିଥିବା ଧାନମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଆସିଥିଲେ । ଚାଷୀଙ୍କ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁଲୁ ସ୍ୱାଇଁ ମଣ୍ଡିରେ ପହଂଚି ତାଙ୍କ ଧାନ ବିକ୍ରି ପାଇଁ ଅଡି ବସିଥିଲେ । ଏହି ସମୟରେ ସମବାୟ ସମିତିର କିଛି ଅଧିକାରୀ ଓ ସରପଂଚଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ।ଏଥିରେ ସରପଂଚ ଉତ୍ୟକ୍ତ ହୋଇ ଜଣେ ବୟସ୍କ ବ୍ୟକ୍ତିଙ୍କୁ ତଳେ ପକାଇ ଜୋରରେ ମାଡ ମାରିଥିଲେ । ଆଉ ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ସୁଲୁଙ୍କ ଆକ୍ରମଣରେ ୬ ଜଣ ସମବାୟ ସମିତି ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିବା ବେଳେ ସଂପୃକ୍ତ ସରପଂଚ ଗାଁ ଛାଡି କୁଆଡେ ପଳାଇ ଯାଇଥିବା ଜଣାପଡିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା