ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକ ବେଗା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଧାଂଶୁବାଳା ସାହୁଙ୍କ ବହିଷ୍କାର ଦାବୀରେ ଦିନ ୯ ଟାରୁ ୩ଟା ଯାଏଁ ଆନ୍ଦୋଳନରେ ବସିଥିଲେ ଶତାଧିକ ଗ୍ରାମବାସୀ । ସୂଚନା ଯେ ବେଗା ଉଚ୍ଚ ବିଦ୍ୟାଳୟରେ କିଛି କାର୍ଯ୍ୟ ନ କରି ୧ ଲକ୍ଷ ୫୦ ହଜାର, କରଡାବଣୀରେ ଡ୍ରେନ ନ ଥାଇ ଡ୍ରେନ ସଫା ପାଇଁ ୧୦ ହଜାର, ପାଞ୍ଚ କେନ୍ଦୁ ମହାଦେବ ପୋଖରୀ କାର୍ଯ୍ୟ ନ କରି ୨ ଲକ୍ଷ, ବେଗା ଗ୍ରାମପଞ୍ଚାୟତ ପାଚେରୀ ନିର୍ମାଣ ପାଇଁ ଅଗ୍ରୀମ ୧ଲକ୍ଷ ୫୦ ହଜାର, ପାନୀୟ ଜଳ ଯୋଗାଣ ଚୁଆ ଓ ଚହଲା, ନଳକୂପ ଖନନ ସହିତ ଏମଜିଏନଆରଇଜିଏସ ଅର୍ଥ ହଡ଼ପ ତଥା ମିଥ୍ୟା ବିଲ କରି ଛନ୍ତି ବୋଲି ସାଧାରଣ ଜନତାଙ୍କର ଅଭିଯୋଗ ହୋଇଛି ଓ ଏହାକୁ ନେଇ ଜନସାଧାରଣ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଢେଙ୍କାନାଳ ଉପ ଆରକ୍ଷୀ ଅଧିକ୍ଷକ ହର୍ଷ ମିଶ୍ର ଏବିଡିଓ ଗଦିଆଁ କିଶୋର ସାହୁ, ଅତିରିକ୍ତ ଗଦିଆଁ ତହସିଲଦାର ସୁଶାନ୍ତ ମିଶ୍ର ପହଞ୍ଚି ଜନସାଧାରଣଙ୍କୁ ୭ ଦିନ ମଧ୍ୟରେ ଏହାର ସମାଧାନ କରି ଦୋଷୀ ବିରୁଦ୍ଧରେ ଦଣ୍ଡ ଦେବା ପାଇଁ ମତାମତ ଦେଇଥିଲେ । ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣ ଦାବୀ କରିଥିଲେ । ଜନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପୂର୍ବତନ ସରପଞ୍ଚ ତଥା ମଣ୍ଡଳ ସଭାପତି ବିଜେପି ନେତା ପ୍ରଦୀପ କୁମାର ଦାସ, ଉନ୍ନୟନ ପରିଷଦ ସଭାପତି ଜୟନ୍ତ ନାଏକ ଓ ଆଇନଜୀବୀ ରାହୁଲ ରାୟ ମହାଳିକ ତଥା ସମାଜସେବୀ ମନୋଜ ନାୟକ ମଧ୍ୟ ସାମିଲ ଥିଲେ । ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆମରଣ ଅନଶନ ଚାଲୁ ରହିବାର ଚେତାବନୀ ଗ୍ରାମବାସୀ ଦେଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି