

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଜମିଦାର ପରିବାର ରେ ଜନ୍ମ ଗ୍ରହଣ କରି ସରଳl ଦେବୀ ପ୍ରଥମ ଓଡ଼ିଆ ମହିଳା ଭାବେ ସ୍ଵାଧୀନତା ସଂଗ୍ରାମ ରେ ଯୋଗଦେଇଥିଲେ l ବାଙ୍କୀ ରେ ଜୀବନ ଆରମ୍ଭ କରି ୧୪ ବର୍ଷ ବୟସରେ ଆଇନଜୀବୀ ଭାଗିରଥି ମହାପାତ୍ର ଙ୍କୁ ବିବାହ କରିଥିଲେ ବୋଲି ବିଧାନ ସଭା ର ସଚିବ ଶ୍ରୀଯୁକ୍ତ ଦାଶରଥି ଶତପଥୀ ଥିଙ୍କର୍ସ କ୍ଳବ୍ ର ୮୦ ତମ ଆଭlସି ଆଲୋଚନାରେ ଅତିଥି ଭାବେ ଯୋଗଦାନ କରି ପ୍ରକାଶ କରିଛନ୍ତି l ବକ୍ତା ଭାବେ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ପ୍ରଫେସର ଡ୍ ବିଜୟଲକ୍ଷ୍ମୀ ଦାସ କହିଲେ ଯେ ଗାନ୍ଧିଜୀ ଙ୍କ ଦ୍ଵାରା ସରଳ ଦେବୀ ଅନୁପ୍ରାଣିତ ହୋଇଥିଲେ l ନାରୀ ନିର୍ଯାତନା ବିରୁଦ୍ଧରେ ସେ ସ୍ବର ଉତ୍ତୋଳନ କରିଥିଲେ l୧୯୩୯ ମାର୍ଚ୍ଚ ୨୪ ତାରିଖରେ ବିଧାନସଭାରେ ଅସ୍ଥାଇ ବାଚସ୍ପତି ଭାବେ ବିଧାୟକ ମାନଙ୍କ ଆଚରଣ କୁ ଶୃଙ୍ଖଳିତ ପାଇଁ ତାଙ୍କର ଭୂମିକା ଅବିସ୍ମରଣୀୟ ଅଟେ ଓ ପ୍ରଥମେ ଯୌତୁକ ବିରୋଧୀ ଆଇନ ବିଧାନ ସଭାରେ ଆଣିଥିଲେ l ସେ ପ୍ରଥମେ ବିଧସଭରେ ଯୌତୁକ ବିରୋଧ ଆଇନ ଆଣିଥିଲେ lତାଙ୍କ ସାହିତ୍ୟ ନବ ଚେତନାର ବାର୍ତ୍ତା ବହନ କରେ ବୋଲି ଡ୍ ଦାସ କହିଥିଲେ l ସଭାରେ ସଭାପତିତ୍ବ କରି ସରଳା ଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ ସଭାପତି ଆଡଭୋକଟ ନିରଞ୍ଜନ ପଣ୍ଡା ଉତ୍କଳର ଭଗିରଥ ସରଳlଦେଵୀ ଗାନ୍ଧିଜୀଙ୍କ ସହ କାଠ ଯୋଡ଼ି ବାଲିରେ କିପରି ସଭା କରିଥିଲେ ତାର ସ୍ମୃତି ଚାରଣ କରି ତାଙ୍କର ବହୁମୁଖି ପ୍ରତିଭା ସମ୍ପର୍କରେ ଶ୍ରୀ ପଣ୍ଡା ଆଲୋକପାତ କରିଥିଲେ l ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ କାର୍ଯକ୍ରମ କୁ ସଂଯୋଜନା କରି ସେ ସମୟରେ ରକ୍ଷଣ ସିଳ ବିରୁଦ୍ଧରେ ସରଳା ଦେବୀ ସ୍ୱର ଉତ୍ତୋଲାନ କରିଥିଲେ ବୋଲି କହିଥିଲେ l ପର୍ଯ୍ୟବେକ୍ଷକ ଭାବେ ତାଙ୍କ ନାତି ଲକ୍ଷ୍ମୀ ପ୍ରକାଶ ମହାପାତ୍ର ବହୁ ଅନୁଭୂତି ପ୍ରକାଶ କରି କିପରି ନିୟମିତ ରିକ୍ସା ରେ ମହତାବ,ବିଜୁବାବୁ, ବୀରେନ ମିତ୍ର,ନନ୍ଦିନୀ ଦେବୀ ସମକାଳୀନ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ନିୟମିତ ଯାଉଥିଲେ ବୋଲି କହିଥିଲେ l ସର୍ବଶ୍ରୀ ମଧ୍ୟ ପ୍ରଦେଶ ରୁ ଡ୍ ରଜତ ମହାପାତ୍ର, ଦିଲ୍ଲୀ ରୁ ଚିତ୍ତ ରଂଜନ ଶତପଥୀ,ଅଷ୍ଟ୍ରେଲିଆ ରୁ ସ୍ଵାତୀ ଦାସ,ଅଧ୍ୟକ୍ଷ ଡ୍ ବୈରାଗୀ ଚରଣ ପଟ୍ଟନାୟକ,ପ୍ରଫେସର ଉମାଶଙ୍କର ମିଶ୍ର,ପ୍ରଫେସର ଡ୍ ପୁଷ୍ପାଞ୍ଜଳି ପରିଡ଼ା,ନିମାଇଁ ସ୍ୱାଇଁ,ଡ୍ ମୀରା ବେଉରା,ରମେଶ ସାହୁ,ଆଡଭୋକାଟ ଅସିତ୍ ଜେନା, ମୁଖ୍ୟ ଯନ୍ତ୍ରୀ ସୁଧାକର ପତ୍ରୀ,ସୁଭସ୍ମିତ ଦେବୀ, ବିଶ୍ୱଜିତ୍ ପାଣି ପ୍ରୁମୁଖ ଅଂଶ ଗ୍ରହଣ କରି ସ୍ବରାଜ ଆଶ୍ରମ ରେ ସରଳା ଦେଵୀ ଙ୍କ ଉପରେ ଏକ ସଂଗ୍ରହାଳୟ ନିର୍ମାଣ ଉପରେ ଗୁରୁତ୍ବ ଦେଇଥିଲେ l ରିପୋର୍ଟ ଉପସ୍ଥାପନା – ବରଦା ଦାସ,ସଭାପତି, ଥିଙ୍କର୍ଶ୍ କ୍ଳବ୍ ଭୁବନେଶ୍ୱର I