ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ଵର ବ୍ଲକ ଗୋପିମୋହନପୁର ଗ୍ରାମ ପଞ୍ଚାୟତର ସରସିଦା ଗ୍ରାମ ବାସି ଦୀର୍ଘ ୨୮ ଦିନ ଧରି ଛୁଟା ହୋଇଥିବା ଷଣ୍ଢକୁ ସେବା ଓ ଚିକିତ୍ସା କରି ସାରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମାଜସେବୀ ମାନସ ରଞ୍ଜନ ଧଳ, ରାମଚନ୍ଦ୍ର ପାତ୍ର, ନବୀନ କୁମାର ପାତ୍ର, ଜ୍ୟୋତିରଞ୍ଜନ ଦତ୍ତ, ପାର୍ଥସାରଥି ପାତ୍ର, ଚିଣ୍ଟୁ ପାତ୍ର, ଏହି ମହାନ ଚିନ୍ତାଧାରାର ବ୍ୟକ୍ତିମାନେ ଷଣ୍ଢ ଟିକୁ ବାଲେଶ୍ଵର ରାଧାକୃଷ୍ଣ ଗୋଶାଳାକୁ ଛାଡ଼ିବାକୁ ନେଇ ଯାଇଥିଲେ ଏବଂ ଗୋପିମୋହନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ଜେନା, ସରସିଦା ଗ୍ରାମର ମୁଖିଆ ବିଭୁରେନ୍ଦ୍ର ଦେ, ଶ୍ରୀକାନ୍ତ ଜେନାଙ୍କ ବ୍ୟକ୍ତିଗତ କିଛି କିଛି ଅର୍ଥର ସହାୟତାରେ ବାଲେଶ୍ଵର ରାଧାକୃଷ୍ଣ ଗୋଶାଳାକୁ ଷଣ୍ଢଟିକୁ ନେବାର ସହାୟତା କରିଥିଲେ । ରାଧାକୃଷ୍ଣ ଗୋଶାଳାରେ ମୂଖ୍ୟ ଦ୍ଵାରିକା ପର୍, ମିଥୁ ପଦାର ଏବଂ ମହେଶ୍ଵର ଲେଙ୍କାଙ୍କ ହେପାଜତରେ ଷଣ୍ଢଟିକୁ ସେବା ଓ ଅଧିକ ଚିକିତ୍ସା ପାଇଁ ହସ୍ତାନ୍ତର କରି ଗ୍ରାମ ବାସି ବେଶ ଖୁସି ପ୍ରକାଶ କରିଛନ୍ତି । ଅନେକ ସ୍ଥାନରେ କିଛି ଅମିଣିଷ ପୁତ୍ର ନିଜ ପିତାମାତାଙ୍କ ଚିକିତ୍ସା ନ କରି ବୃଦ୍ଧାଶ୍ରମରେ ଛାଡ଼ିବାର ନଜିର ଅଛି କିନ୍ତୁ ସରସିଦା ଗ୍ରାମବାସୀ ଓ କିଛି ଯୁବକ ଗୋଟିଏ ଛୁଟା ହୋଇ ପଡ଼ିଥିବା ଶଣ୍ଢର ଚିକିତ୍ସା କରି ଓ ଷଣ୍ଢଟିକୁ ଭଲ କରି ଅଧିକ ଚିକିତ୍ସା ପାଇଁ ବାଲେଶ୍ଵରସ୍ଥିତ ରାଧାକୃଷ୍ଣ ଗୋଶାଳାରେ ଛାଡ଼ିଥିବାରୁ ସରସିଦା ବାସୀଙ୍କୁ ଜନସାଧାରଣ ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା