ସରସୀଦାରେ ସିରିଡିସାଇ ସତ୍ୟନାରାୟଣ ପୂଜା ଓ ନାରାୟଣ ସେବା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାଂପ୍ରତିିକ ସମାଜରେ ହିଂସା, ଭେଦଭାବ ଓ ବିଦ୍ୱେଷ ମନ ଭାବ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ର୍ରତିହତ କରିବାଲାଗି ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମୀକ ସତ୍‌ସଂଗ ମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାବା ସିରିଡିସାଇଙ୍କ ଆନୁୁଗତ୍ୟ ଭକ୍ତମାନଙ୍କ ପକ୍ଷରୁ ଜଳେଶ୍ୱର ବ୍ଲକ ସରସିଦା ଗ୍ରାମର ଲକ୍ଷ୍ମିନାରାୟଣ ପରିଡାଙ୍କ ବାସଭବନରେ ଭଜନ କିର୍ତ୍ତନ ଓ ପୂଜାପାଠ ସହିତ୍ ସତ୍‌ସଂଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସକାଳେ କାକଟ ଆଳତୀ. ମଧ୍ୟାହ୍ନ ଆଳତୀ ପରେ ସ।।ଇ ଭାଗବତ ପଢା ଯିବା ସହିତ ୧୦୮ ନାମଜପ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ପରେ ନାରାୟଣସେବା ସେବା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଂଜନ ଦେ, ଅରକ୍ଷିତ ସାହୁ (ସାଇ ମାମା), ଭୂପତି ଭୋଇ, ସଂଯୁକ୍ତା ଭୋଇ, ଦୀପ୍ତିରାଣି ମହାନ୍ତି, ଛବିରାଣୀ ପରିଡା, ସିଦ୍ଧି କାମିଳା, ଅମିନା ଦାସ, ମନାଲିସା ପରିଡା, ସୁମିତା ପରିଡା, ସତ୍ୟବ୍ରତ ପରିଡା, ଦିପ୍ତିରାଣୀ ପରିଡା, ସ୍ଥିତିଜା ପରିଡା ପ୍ରମୂଖ ପରିଚାଳନା କରିଥିବା ବେଳେ ଆଦିତ ଆଚାର୍ଯ୍ୟ ପୂଜାପାଠ କରିଥିଲେ ।