ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୋୖରାଞ୍ଚଳ ଆଙ୍କୋରଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପରିସରରେ ସୋମବାର ଅପରାହ୍ନ ସମୟରେ ୩୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଦ୍ବିତୀକୃଷ୍ଣ ସାବତଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ , ଶିକ୍ଷା ବିକାଶ ସମିତି ସମ୍ପାଦକ ଓଡିଶା ଶ୍ରୀ ଡ଼. ସରୋଜ କୁମାର ହାତୀ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚଣ୍ଡୀପ୍ରସାଦ ବେହେରା ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉତ୍ସବରେ ପରିଚାଳନା ସମିତି ସମ୍ପାଦକ ଶ୍ରୀ ଇ.ରାମପ୍ରସାଦ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସମସ୍ତ ଅତିଥି ଓ ପରିଚାଳନା ସମିତିର ସମସ୍ତ ପଦାଧିକାରୀ ଓ ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୋକନ ଦେଇ ସମ୍ବର୍ଦ୍ଧନା ସହ ସମ୍ମାନ କରାଯାଇଥିଲା । ପରେ ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ମାନ୍ତବ୍ୟରେ ଶିଶୁ ମାନେ କିପରି ଉତ୍ତମ ନାଗରିକ ହୋଇ ପାରିବେ ସେ ଉଦବୋଧନ ଦେଇଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ମିଶ୍ର ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢି ଦେଶ ଓ ରାଜ୍ୟର ନାମ ଶିର୍ଷକୁ ନେବା ପାଇଁ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଅତିଥି ମାନଙ୍କ ଦ୍ବାରା କ୍ରୀଡା ଓ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉତ୍ସବ ପରିଚାଳନାରେ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ବିଦ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ସହ କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ:-ରଜତ ପଟ୍ଟନାୟକ