ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା) ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ଆଙ୍କୋରଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ରବିବାର ଗୁରୁ ପୂର୍ଣ୍ଣିମା ଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି । ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରାଧାଶ୍ୟାମ ସାହୁ ଯୋଗ ଦେଇ ଗୁରୁ ଓ ଶିଷ୍ୟ ଉପରେ ଗୁରୁ ପୂର୍ଣ୍ଣିମାର ମହତ୍ଵ ପ୍ରତିପାଦନ କରିଥିଲେ । ଏହି ଉତ୍ସବରେ ସ୍ଥାନୀୟ ଶିଶୁ ମନ୍ଦିରର ପରିଚାଳନାର ସମିତିର ସଭାପତି ଦ୍ବିତୀକୃଷ୍ଣ ସାବତ , ସମ୍ପାଦକ ଇ ରାମ ପ୍ରସାଦ ପାତ୍ର ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚଣ୍ଡୀ ପ୍ରସାଦ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଉତ୍ସବ ରେ ଉପସ୍ଥିତ ଥିଲେ ଏବଂ ଶିଶୁ ମାନେ ମଧ୍ୟ ଉପସ୍ଥିତ ରହି ଗୌରୀକ ଧ୍ୱଜକୁ ପୂଜନ କରିଥିଲେ ।ଶେଷରେ ମିଷ୍ଠାନ ବଣ୍ଟନ କରାଯାଇ ଶିଶୁ ମାନଙ୍କୁ ବିଦ୍ୟାୟ କରାଯାଇଥିଲା ।ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଶିଶୁ ମନ୍ଦିରରେ ତାଙ୍କ ମାତୃ କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ସୋନାଲି ଗୁପ୍ତା ଯୋଗ ଦେଇଥିଲେ । ସେ ତାଙ୍କ ଭାଷଣରେ ପିଲା ମାନଙ୍କ କିପରି ଯତ୍ନ ନେବେ ତା ଉପରେ ମତ ପ୍ରକାଶ କରିଥିଲେ । ଶିଶୁ ପାରମ୍ଭ ଓ ବୋଧ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଶିଶୁଙ୍କ ମା ମାନଙ୍କୁ ନେଇ ଏକ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୨୦ଜଣ ମା ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।ଏଥିରେ ଶିଶୁ ମାନଙ୍କ ଶିକ୍ଷାରେ ମା ର ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା । ଓ ପରିଶେଷରେ ପ୍ରସାଦ ସେବନ କରି ସମସ୍ତେ ବିଦାୟ ନେଇଥିଲେ ।ଏହି ଉତ୍ସବରେ ସମସ୍ତ ଗୁରୁମା ଓ ଗୁରୁଜୀ ସହଯୋଗ କରିଥିଲେ ।
ରିପୋର୍ଟ:-ରଜତ ପଟ୍ଟନାୟକ