

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର ଉପସଭାପତି ପଦ୍ମଚରଣ ସାହୁ, ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ଶାନ୍ତି କୁମାରୀ ବେହେରା (ଅବସର ପ୍ରାପ୍ତ ଶିକ୍ଷୟତ୍ରୀ) ଯୋଗଦେଇ ଶିଶୁଙ୍କୁ ମାର୍ଗ ଦର୍ଶନ କରିଥିଲେ । ଅନୁଷ୍ଠାନର ସଭାପତି ରଜନୀକାନ୍ତ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସମ୍ପାଦକ ଟି.ଭେଙ୍କଟ କ୍ରିଷ୍ନାୟା, ସଦସ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ରଥ ପ୍ରମୁଖ ମଂଚାସୀନ ଥିଲେ । ବରିଷ୍ଠ ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ଗୁରୁଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଏ.ରାବଣା ରାଓଙ୍କ ସମେତ ପରିଚାଳନା ସମିତିର ସଦସ୍ୟ ସଦସ୍ୟା, ଗୁରୁଜୀଗୁରୁମା ମାନେ ସହଯୋଗ କରିଥିଲେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



