

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମହାଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପଦେଷ୍ଟା ମହାରାଜ ଶ୍ରୀ ରାମାନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଶିଶୁ ପ୍ରାରମ୍ଭ ଠାରୁ ତୃତୀୟ ଶ୍ରେଣୀ ଏବଂ ଦିନ ତମାମ ଦ୍ୱିତୀୟ ପର୍ଯ୍ୟାୟରେ ୪ର୍ଥ ଠାରୁ ଦଶମ ଶ୍ରେଣୀ ଭାଇଭଉଣୀଙ୍କ ମଧ୍ୟରେ ବିଭିନ୍ନ ଆକର୍ଷଣୀୟ କୌତୁକ ଖେଳ ମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ମେଳା ଏବଂ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : କୃଷ୍ଣ କୁମାର ବେହେରା
