ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂସ୍କୃତି ସମ୍ବର୍ଦ୍ଧନା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୂର୍ଯ୍ୟ ନାରାୟଣ ଦାଶ(ରାଜପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ) ଯୋଗଦେଇ ବୈଜ୍ଞାନିକ ଚିନ୍ତାଧାରା ଦ୍ୱାରା ବିଶ୍ୱ ପ୍ରଗତି ସମ୍ଭବ ସମ୍ବନ୍ଧରେ ଆଲୋକ ପାତ କରିଥିବା ବେଳେ ସରୋଜ କୁମାର ପଟ୍ଟନାୟକ (ଶିକ୍ଷାବିକାଶ ସମିତି ଓଡ଼ିଶାର ଗଞ୍ଜାମ ବିଭାଗ ନିରୀକ୍ଷକ) ସଂସ୍କୃତି ସମ୍ବର୍ଦ୍ଧନା ସମ୍ବନ୍ଧରେ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ପଦ୍ମଚରଣ ସାହୁ (ଉପସଭାପତି), ବରିଷ୍ଠ ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ପ୍ରଶ୍ନ ମଞ୍ଚ ଓ ଭାରତର ପ୍ରତିରକ୍ଷାର ବିକାଶ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଶେଷରେ ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ବିଜ୍ଞାନ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା